Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଛାତ ଭୁଶୁଡ଼ି ଗୋଟିଏ ପରିବାରର ୫ ମୃତ, ୩ ଗୁରୁତର

25/10/2020 at 5:28 PM

ହାଇଦ୍ରାବାଦ ୨୫/୧୦: ଶ୍ରାଦ୍ଧବାର୍ଷିକୀ ପାଳନ କରିବା ପାଇଁ ଆସିଥିଲେ କିନ୍ତୁ ଶବ ହୋଇଗଲେ ପରିବାରର ୫ ସଦସ୍ୟ। ଘରର ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଶ୍ରାଦ୍ଧାବାର୍ଷିକୀ ପାଳନ କରିବାକୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଗୋଟିଏ ଘରେ ରୁଣ୍ଡ ହୋଇଥିଲେ।  କାର୍ଯ୍ୟ ସରିବା ପରେ ୮ ଜଣ ଏକାଠି ଶୋଇଥିବା ବେଳେ ଅନ୍ୟ ଜଣେ ଘର ବାହାରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ ଭୁଶୁଡ଼ି ପଡ଼ିଥିଲା ଘରର ଛାତ । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ୫ ସଦସ୍ୟ। ୫ ସଦସ୍ୟଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଯୁବତୀ ଥିବା ପୋଲିସ କହିଛି।

ଏଭଳି ଏକ ଅଭାବନୀୟ ଘଟଣା ନଗରକୁରନୁଳ ଥାନା ଅନ୍ତର୍ଗତ ବୁଡ୍ଡାରାମ ଗାଁରେ ଘଟିଛି। ଶନିବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଭିଜିଯାଇଥିବା ମାଟି ଛାତ ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ଅତିରିକ୍ତ ଏସପି ଶାକିର ହୁସେନ କହିଛନ୍ତି।

ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏବେ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି। ସେପଟେ ତେଲେଙ୍ଗାନାରେ ଗତ ସପ୍ତାହରେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ ବିଭିନ୍ନ ଘଟଣା ଘଟି ପାଖାପାଖି ୫୦ ଜଣଙ୍କ ଜୀବନ ଯାଇଥିଲା।

   Related Posts