ପଶ୍ଚିମବଙ୍ଗରେ କାର୍ ଦୁର୍ଘଟଣାରେ ୫ ଓଡିଆଙ୍କ ମୃତ୍ୟୁ, ୩ ଗୁରୁତର
17/07/2019 at 11:17 AM

କୋଲକାତା ୧୭|୭: ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍ ଦୁର୍ଘଟଣାରେ ୫ଜଣ ଓଡିଆଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ହାୱଡା ଧୁଲାଗଡ ଟୋଲ ଟେକ୍ସ ନିକଟରେ ଭାରସାମ୍ୟ ହରାଇ କାର୍ ଓଲଟିପଡିଥିଲା । ଫଳରେ ଘଟଣାସ୍ଥଳରେ କାର୍ ରେ ଥିବା ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରମାନଙ୍କୁ ଧୁଲାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । କାର୍ ଟି ଭଦ୍ରକକୁ ଆସୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ମୋଟ୍ ୮ ଜଣ ଓଡିଆ ଥିଲେ । ସମସ୍ତେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ସଙ୍କରାଇ ଜିଲ୍ଲା ଜଙ୍ଗଲପୁରକୁ ଭୋଜି କରିବାକୁ ଯାଇଥିଲେ ।
Related Posts
ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ
18 January 2021