ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ୧୦୮ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 27, 2020 IST

ଭୁବନେଶ୍ବର ୨୭।୦୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ପୁଣି ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କେଉଁ ଜିଲ୍ଲାର ତାହା ଜଣାପଡିନାହିଁ । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

{"id":260702,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ରବିବାର ଦିନ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲା ବୋଲି ଜଣାପଡିଥିଲା । ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେହିପରି ସେମାନଙ୍କ ବୟସ ଯଥାକ୍ରମେ ୨୩ବର୍ଷୀୟ ପୁରୁଷ, ୬୦ବର୍ଷୀୟ ପୁରୁଷ ଓ ୫୭ବର୍ଷୀୟା ମହିଳା ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲା । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୂର୍ବରୁ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଦୁଇଜଣ ଆକ୍ରାନ୍ତ ଆସିଥିବା ଜଣାପଥିବା ବେଳେ ଅନ୍ୟ ଜଣ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.