ମ୍ୟାଜିକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ; ୫ ମୃତ, ଡ୍ରାଇଭର ଗୁରୁତର
2/01/2021 at 8:47 AM

ପାଟନା ୦୨।୦୧ : ମ୍ୟାଜିକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ବିହାର କେମୁର ଜିଲ୍ଲା କୁଦରା ଥାନା ଅଞ୍ଚଳରେ ଏହି ଭୟାନକ ସଡକ ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, କୋଚସ୍ରୁ ମୋହାନିଆକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୦ର କୁଦରା ଥାନା କୋଥିଆରେ ମ୍ୟାଜିକ ଓ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଯେଉଁଥିରେ କି ଗାଡିରେ ଥିବା ୫ଜଣଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ଦୁର୍ଘଟଣାରେ ଗାଡି ଡ୍ରାଇଭର ଜଣଙ୍କ ଗୁରୁତର ଥିବା ସୂଚନା ରହିଛି । ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଥିବା ଖବର ରହିଛି । ତେବେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକ ଜାଣି ନିକଟସ୍ଥ ପୋଲିସକୁ ଖବର ଦେଇଥିଲା ।
କିନ୍ତୁ ପୋଲିସ ପହଞ୍ଚି ବିଳମ୍ବ ହେବା ଦେଖି ସ୍ଥାନୀୟଲୋକଙ୍କ ଦ୍ୱାରା ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏପିରିକି କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ । ଦୁର୍ଘଟଣା ଘଟିବାର ୨ ଘଣ୍ଟା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି । ଘଟଣାସ୍ଥଳରୁ ଥାନାର ଦୂରତା ମାତ୍ର ୧୦କିମି ରହିଛି । ତାପରେ ବି ପୋଲିସ ଏତେ ବିଳମ୍ବରେ ପହଞ୍ଚିବା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟଲୋକେ ।