ଘର ଭିତରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ୨ ଶିଶୁ ଏବଂ ୨ ମହିଳା

Published By : Prameya-News7 Bureau | April 25, 2020 IST

ଏଟା ୨୫।୪: ଉତ୍ତରପ୍ରଦେଶର ଏଟାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଏଟା ସ୍ଥିତ ଘରୁ ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଦୁଇ ଜଣ ମହିଳା ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏକ ବନ୍ଦ ଘର ଭିତରୁ ଦୁଇ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ମିଳିଛି ।

ଘଟଣା ସଂଫର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରର କବାଟ ଭାଙ୍ଗି ସମସ୍ତ ମୃତଦେହକୁ ବାହାର କରାଯାଇଛି । ଫୋରେନସିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ଏଭଳି ଏକ ସମୟରେ ଆସିଛି ଯେତେବେଳେ ସାରା ଦେଶରେ ଲକ୍ ଡାଉନ୍ ବଳବତ୍ତର ରହିଛି । ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.