ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍ : ୫ ଜଣଙ୍କ ମୃତ୍ୟୁ, ୩୫ ଆହତ

Published By : Prameya-News7 Bureau | October 21, 2020 IST

ମୁମ୍ବାଇ ୨୧।୧୦: ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ନନ୍ଦୁରବାର ସ୍ଥିତ ଖାମଚୁନ୍ଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

{"id":348141,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁଜୁରାଟ ସୁରଟରୁ ମଲ୍କାପୁର ଯାଉଥିବା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ବିଳମ୍ବିର ରାତି ପ୍ରାୟ ସାଢେ ୩ଟା ବେଳେ ଦୁର୍ଘଟଣା ହୋଇଛି । ୩୦ ଫୁଟ ଗଭୀର ଖାଇକୁ ଖସିପଡିଛି ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନନ୍ଦୁରବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

wp:html /wp:html

ପୋଲିସର ସୂଚନା ଅନୁସାରେ ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଟି ଭାରସାମ୍ୟ ହରାଇଥିଲା । ଫଳରେ ୩୦ ଫୁଟ ଖାଇକୁ ବସ୍ ଟି ଖସିପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.