ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧।୦୪: ରାଜ୍ୟରେ ଆଉ ୫ ପଜିଟିଭ୍ ଚିହ୍ନଟ । ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରୁ ୭୯କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୫୩ । ସୁସ୍ଥ ହୋଇ ଡିସଚାର୍ଜ ହେଲେଣି ୨୫ ଜଣ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓଡିଶାରେ କରୋନାରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

{"id":257572,"sizeSlug":"large"}

ଗତକାଲି ଗୋଟିଏ ଦିନରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସକାଳେ ଚିହ୍ନଟ ହୋଇଥିବା ଜଣଙ୍କ ମଧ୍ୟରୁ ଭଦ୍ରକରୁ ୫ ଓ ବାଲେଶ୍ବରର ୨ ଜଣ ଥିଲେ । ସେହିପରି ଗତକାଲି ଅପରାହ୍ନରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡର ଜଣେ ଓ ଯାଜପୁର ଜିଲ୍ଲାର ୫ଜଣ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.