Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ପୃଥିବୀ ମୁହାଁ ଆଉ ୫ଟି ନୂଆ ଉଲକାପିଣ୍ଡ : ଚେତାବନୀ ଜାରି କଲା ନାସା

10/06/2020 at 11:27 AM

ୱାସିଂଟନ ୧୦/୦୬ : ପୃଥିବୀକୁ ନେଇ ନାସା ନୂଆ ଚେତାବନୀ ଜାରି କରିଛି | ନାସା ଚେତାବନୀ ଦେଇଛି ଯେ, ଆଗାମୀ ୨-୩ ଦିନ ମଧ୍ୟରେ ପାଖାପାଖି ୫ଟି ଉଲକାପିଣ୍ଡ ପୃଥିବୀ ନିକଟରୁ ଗତି କରିବେ | ନାସାର ପ୍ଲାନେଟାରି ଡେ଼ଫେନ୍ସ ନେଟୱାର୍କ ଅନୁଯାୟୀ, ଉଲକାପିଣ୍ଡ ପୃଥିବୀ ନିକଟରୁ ଗତି କରିବ କିନ୍ତୁ ଭୟ କରିବାର କିଛି ନାହିଁ | କାରଣ ସମସ୍ତ ଉଲକାପିଣ୍ଡ ପୃଥିବୀରୁ ୪୬.୫ ଲକ୍ଷ ମାଇଲରୁ କମ ଦୂରତାରୁ ଗତି କରିବେ | ୪୬.୫ ଲକ୍ଷ ମାଇଲ ଦୂରରୁ ଗତି କରିବାକୁ ଥିବା ସମସ୍ତ ଉଲକାପିଣ୍ଡର ଗତି ନେଇ ନାସା ଚେତାବନୀ ଜାରି କରିଥାଏ | କାରଣ ଏହି ଉଲକାପିଣ୍ଡଗୁଡିକୁ ଭୟଙ୍କର ଶ୍ରେଣୀରେ ରଖାଯାଇଥାଏ |  

ନାସା ଅନୁଯାୟୀ, ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଥିବା ସମସ୍ତ ଉଲକାପିଣ୍ଡ ଉପରେ ବୈଜ୍ଞାନିକଙ୍କ ନଜର ରହିଥାଏ | ନାସାର ସେଣ୍ଟ୍ରି ସିଷ୍ଟମ ଏହିଭଳି ଖବର ଉପରେ ପୂର୍ବରୁ ହିଁ ନଜର ରଖିଥାଏ ଏବଂ ଆଗାମୀ ୧୦୦ ବର୍ଷ ପାଇଁ ୨୨ଟି ଏହିଭଳି ଉଲକାପିଣ୍ଡ ମଧ୍ୟ ରହିଛି ଯେଉଁମାନେ ପୃଥିବୀର ଅତି ନିକଟରୁ ଗତି କରିବା କିମ୍ବା ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି |

ସବୁଠାରୁ ପ୍ରଥମେ ଦୁଇଟି Asteroid 2013XA22 (୩୧୦ ଫୁଟ, ୧୮ ଲକ୍ଷ ମାଇଲ ଦୂରରୁ) ଏବଂ Asteroid 2020KZ3 (୬୪ ଫୁଟ, ୭ ଲକ୍ଷ ୬୧ ହଜାର ମାଇଲ ଦୂରରୁ) ମଙ୍ଗଳବାର ରାତିରେ ଗତି କରିସାରିଛି | କିନ୍ତୁ ଏହି ଦୁଇଟି ଉଲକାପିଣ୍ଡ ପୃଥିବୀ କ୍ଷତି ପହଁଚାଇବା ଭଳି ଦୂରତା ଯାଏଁ ଆସିନଥିଲେ | ଏହାପରେ ବୁଧବାର ଦିନ ୬୫ ଫୁଟର Asteroid 2020KY ନାମକ ଉଲକାପିଣ୍ଡ ୪୦ ଲକ୍ଷ ମାଇଲ ଦୂରରୁ ଗତି କରିବ | ଏହା ପଛେ ୬୫ ଫୁଟର ଆଉ ଏକ ଉଲକାପିଣ୍ଡ ଆସନ୍ତା ଦିନ ଅର୍ଥାତ ଗୁରୁବାର ଦିନ ୩୬ ଲକ୍ଷ ମାଇଲ ଦୂରରୁ ଗତି କରିବ | ଜୁନ ୧୧ ତାରିଖରେ ୬୦ ଫୁଟର ଉଲକାପିଣ୍ଡ ଆହୁରି ଅଧିକ ନିକଟତର, ୨୩ ଲକ୍ଷ ମାଇଲ ଦୂରରୁ ଗତି କରିବ | ତେବେ ଏହିସବୁ ଉଲକାପିଣ୍ଡ ପୃଥିବୀ କୌଣସି କ୍ଷତି କରିବେ ନାହିଁ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି | 

ନାସା ଅନୁଯାୟୀ, ଆମେରିକାର ଅମ୍ପାୟାର ଷ୍ଟେଟ ବିଲଡିଂ ଠାରୁ ମଧ୍ୟ ବଡ ଏକ ଉଲକାପିଣ୍ଡ ଜୁନ ୬ ତାରିଖରେ ପୃଥିବୀ କକ୍ଷରେ ଦାଖଲ ହୋଇଥିଲା | ନାସା ଏହି ଉଲକାପିଣ୍ଡର ନା ରକ-163348 (2002 NN4) ରଖିଥିଲା | ଏହି ଉଲକାପିଣ୍ଡର ଲମ୍ବ ୨୫୦ ରୁ ୫୭୦ ମିଟର ମଧ୍ୟରେ ରହିଥିଲା ଏବଂ ଦୈର୍ଘ୍ୟ ୧୩୫ ମିଟର ରହିଥିଲା | ନାସା କହିବାନୁସାରେ, ଉଲକାପିଣ୍ଡ ସୂର୍ଯ୍ୟର ନିକଟରୁ ଗତି କରି ପୃଥିବୀ କକ୍ଷରେ ପ୍ରବେଶ କରିଥିଲା | ସେଣ୍ଟର ଫର ନିୟର ଆର୍ଥ ଅବଜେକ୍ଟ ଷ୍ଟଡ଼ିଜ ଅନୁଯାୟୀ, ମେ ୨୧ ତାରିଖରେ ମଧ୍ୟ ୧.୫ କିମି ବଡ ଏକ ଉଲକାପିଣ୍ଡ ପୃଥିବୀର ବହୁତ ନିକଟରୁ ଗତି କରିଥିଲା |

   Related Posts