Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା : ୫ବିଧାୟକଙ୍କ କଟିଲା ଟିକେଟ୍

2/04/2019 at 6:45 PM

ଭୁବନେଶ୍ବର ୨|୪ : ଅଷ୍ଟମ ପର୍ଯ୍ୟାୟରେ ବିଜେଡି ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ୫ଜଣ ବିଧାୟକଙ୍କ ଟିକେଟ୍ କଟିଛି । ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଥିବାବେଳେ ଏଠାରେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ୍ ମିଳିଛି ।

ସେହିଭଳି ଭୁବନେଶ୍ବର ଉତ୍ତରର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କର ମଧ୍ୟ ଟିକେଟ୍ କଟିଛି । ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜାମାତା । ପ୍ରସନ୍ନ ପାଟ୍ଟଶାଣୀଙ୍କର ମଧ୍ୟ ଏଥର ଲୋକସଭା ଟିକେଟ୍ କଟିଛି । ଅବଶ୍ୟ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳର ସୁପ୍ରିମୋ ଘୋଷଣା କରିଛନ୍ତି । ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ୍ କାଟି ଏଠାରେ ନୂଆ ମୁହଁ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି । ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କର ମଧ୍ୟ ଟିକେଟ୍ କଟିଛି । ଏଠାରେ ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ଅନୁଭବଙ୍କଠାରୁ ସୌମ୍ୟ ରଞ୍ଜନ ୫ଶହ ଭୋଟ୍ ରେ ପରାସ୍ତ ହୋଇଥିଲେ ।

ଅପରପକ୍ଷରେ ଅଭିନେତାରୁ ରାଜନେତା ହୋଇଥିବା ଯାଜପୁର ଜିଲ୍ଲାର କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ବଡ ଧରଣର ଝଟକା ଲାଗିଛି । ସେଠାରେ ତାଙ୍କ ଟିକେଟ୍ କାଟି ଅଶୋକ ବଳଙ୍କୁ ପ୍ରାର୍ଥୀ କରାଯାଇଛି । ଗତକାଲି ଆକାଶ ଦାସ ନାୟକ ନବୀନ ନିବାସ ଯାଇ ତାଙ୍କ ଟିକେଟ ବଜାୟ ରଖିବା ପାଇଁ ଅନୁରୋଧ କରିଆସିଥିଲେ । ହେଲେ ଦଳ ତାଙ୍କୁ ନିରାଶ କରିଛି । ସେହିଭଳି ଆଠମଲ୍ଲିକ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କୁ ମଧ୍ୟ ଦଳ ଏଥର ପ୍ରାର୍ଥୀ କରିନାହିଁ । ସେଠାରେ ରମେଶ ସାଏଙ୍କୁ ପ୍ରାର୍ଥୀ କରିଛି ।   

କେବଳ ଟିକେଟ୍ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ବିଧାୟକ ଯାଜପୁରରୁ ପ୍ରଣବ ପ୍ରକାଶ ଦାସ । ଇପରପକ୍ଷରେ ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ଢୋଙ୍କାନାଳ ଲୋକସଭା ଟିକେଟେ ପ୍ରଦାନ କରାଯାଇଛି । ସେଠାରେ ନୂଆ ମୁହଁ ମୁକେଶ ପାଲଙ୍କୁ ଦଳ ପ୍ରାର୍ଥୀ କରିଛି ।ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଟିକେଟ୍ କଟିଥିବା ଜୟଦେବର ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ସମ୍ଭବତଃ ଭୁବନେଶ୍ବର ଉତ୍ତର କିମ୍ବା ଭୁବନେଶ୍ବର ମଧ୍ୟରୁ ପ୍ରାର୍ଥୀ କରାଯାଇପାରେ ବୋଲି ଯେଉଁ ଆକଳନ କରାଯାଉଥିଲା ତାହାର ମଧ୍ୟ ଅବସାନ ଘଟିଛି ।

ସୂଚନାଯୋଗ୍ୟ ଯେ, ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକେଟ୍ ମଧ୍ୟ ଗତକାଲି କଟିଥିଲା । ତାଙ୍କୁ ମଧ୍ୟ ଭୁବନେଶ୍ବରର କୌଣସି ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା । ତେବେ ସେଭଳି କିଛି ଘଟିଲା ନାହିଁ ।ବିଭିନ୍ନ ସ୍ଥାନରେ ବିଧାୟକଙ୍କ ଟିକେଟ୍ କଟିବା ସହ ଆଶାୟୀଙ୍କୁ ଟିକେଟ୍ ମିଳିନଥିବାରୁ ବିଜେଡିରେ ଏବେ ପ୍ରଚଣ୍ଡ ଅସନ୍ତୋଷ ଲାଗିରହିଛି । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ କର୍ମୀ ଓ ସମର୍ଥକ ନବୀନ ନିବାସ ଆଗରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ବହୁ ନେତା ଦଳ ଛାଡି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେଉଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି ।

   Related Posts