ତଳେ ପଡିଥିଲା ୪ ମୃତଦେହ, ଜଣଙ୍କର ଝୁଲୁଥିଲା ଫାଶୀରେ : ସନ୍ଦେହଘେରରେ ପରିବାରର ୫ ଜଣଙ୍କ ମୃତ୍ୟୁ, ହତ୍ୟା ପରେ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | November 09, 2020 IST

କୋଲକତା ୯।୧୧: ପଶ୍ଚିମବଙ୍ଗ ଦକ୍ଷିଣ ଦୀନାଦପୁର ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଦେହଜନକ ଭାବେ ୫ ଜଣଙ୍କର ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । ପ୍ରାଥମିକ ତଦନ୍ତ ପରେ ଏହା ହତ୍ୟା ପରେ ଆତ୍ମହତ୍ୟା ବୋଲି ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ ପଶ୍ଚିମବଙ୍ଗ ଦକ୍ଷିଣ ଦୀନାଦପୁର ଅଞ୍ଚଳ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁ ବର୍ମନ ନାମକ ଜଣେ ବ୍ୟକ୍ତି ତାଙ୍କ ମା’, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରିବା ପରେ ନିଜେ ଫାଶୀ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ୫ ମୃତକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଫାଶୀରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବାର ଜଣାପଡୁଛି । ମାମଲାର ତଦନ୍ତ ଜାରି ରହିଛି ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଏ ସମସ୍ତଙ୍କୁ ହତ୍ୟା କରାଯାଇଥିବା ଜଣାପଡୁଛି । ଆମେ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛୁ । ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ଘଟଣା ସଂପର୍କରେ ବିସ୍ତାର ଭାବେ କିଛି କୁହାଯାଇପାରିବନାହିଁ । ମୃତଦେହ ଉଦ୍ଧାର ପରେ ପୋଷ୍ଟ ମର୍ଟମ ପାଇଁ ପଠାଇ ଦିଆଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ କ୍ୟାନସର ରୋଗରେ ପୀଡିତ ଥିଲେ । କିଛି ଦିନ ହେବ ସେ ଅବସାଦରେ ରହୁଥିଲେ । ସେ ନିଜ ମା, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.