ଗଜପତିରେ ସୀମା ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପିର ୫ଜଣିଆ ଟିମ୍

Published By : Prameya-News7 Bureau | September 16, 2021 IST

ଗଜପତି ୧୬।୯: ଗଜପତି ଜିଲ୍ଲା ମଣିକପାଟଣା ଗ୍ରାମରେ ସୀମା ବିବାଦକୁ ନେଇ ରାଜ୍ୟ ବିଜେପି ଉପ- ସଭାପତି ଭ୍ରୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଜିଲ୍ଲାପାଳଙ୍କ ସହ ଭେଟି ସୀମା ବିବାଦକୁ ନେଇ ଆଲୋଚନା କରିଛନ୍ତି । ଏହାପରେ ସୀମା ବିବାଦ ଘଟଣାରେ ଆନ୍ଧ୍ର ପୋଲିସ ଦ୍ବାରା ମିଥ୍ୟା ମାମଲାରେ ଛନ୍ଦି ହୋଇଥିବା ଗଙ୍ଗାବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜିଙ୍କ ସହ ଭେଟିଛନ୍ତି ।

ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସୀମା ବିବାଦ ଘଟଣାରେ ଗଜପତି ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଘଟଣାରେ ଆନ୍ଧ୍ର ମନ୍ତ୍ରୀ ଆସି ଓଡ଼ିଶାର ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଦେଖାଉଛନ୍ତି ତଥାପି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣାକୁ ନିନ୍ଦା କରିଛନ୍ତି । ଆଗାମୀଦିନରେ ରାଜ୍ୟ ସରକାର ସୀମା ବିବାଦର ସମାଧାନ କରିବା ସହ ଅଞ୍ଚଳର ବିକାଶ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.