ପୁଅର ମୃତ୍ୟୁ ପରେ ଭାଙ୍ଗିପଡିଲା ପୂରା ପରିବାର, ଫିନାଇଲ୍ ପିଇ ୫ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | June 02, 2020 IST

ଝାରସୁଗୁଡା ୦୨।୦୬ : ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ଼ରେ ଅଭାବନୀୟ ଘଟଣା ଘଟିଛି ।  ଫିନାଇଲ୍ ପିଇ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":279996,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାନଭାଇର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାରର ନିଷ୍ପତ୍ତି ସୂଚନା ରହିଛି । ୩ ଭଉଣୀ, ବଡ ଭାଇ ସହ ମା’ର ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":279997,"sizeSlug":"large"}

ତେବେ ବଡ ଭଉଣୀ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଗତକାଲି ସାନପୁଅର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକେ । ସାନପୁଅ ଦୀପକ ବିଶ୍ବାଳ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ ହେଲା କୋମାରେ ରହିବା ପରେ ଗତକାଲି ମୃତ୍ୟୁବରଣ କରିଥିଲେ । ମୃତଦେହ ଘରେ ପଡିଥିବା ବେଳେ ପରିବାର ସଦସ୍ୟ  ନେଇଥିଲେ ଏହିଭଳି କଠୋର ନିଷ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.