Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ଗୋଟିଏ ପରିବାରର ୫ଜଣ କରୋନା ପଜିଟିଭ୍, ୯ ମାସର ଶିଶୁ ବି ବର୍ତ୍ତିଲାନି

28/03/2020 at 12:07 PM

କୋଲକତା ୨୮।୩: କରୋନା ଭାଇରସ୍ ସାରା ବିଶ୍ବ ତଥା ଭାରତରେ ମଧ୍ୟ ହଇଚଇ ସୃଷ୍ଟି କରୁଛି । ୧୮୦ରୁ ଅଧିକ ଦେଶରେ ବ୍ୟାପିଥିବା ଏହି ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୨୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ପ୍ରାୟ ୫ ଲକ୍ଷ ଲୋକ ଏହି ଭାଇରସ୍ ରେ ସଂକ୍ରମିତ ହୋଇସାରିଲେଣି । ଭାରତରେ ଏହି ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୩୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଦେଶରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ୬୭ ରୋଗୀ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏହି ଭାଇରସ୍ ଦ୍ବାରା ଲୋକ ସଂକ୍ରମିତ ହେଉଛନ୍ତି । ଶୁକ୍ରବାର ଦିନ ପଶ୍ଚିମବଙ୍ଗର କୋଲକାତାରେ ଗୋଟିଏ ପରିବାରର ୩ ଶିଶୁଙ୍କ ସମେତ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଯେତେବେଳେ ସମସ୍ତଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା ସେତେବେଳେ ଆତଙ୍କିତ ହୋଇପଡିଥିଲେ ସମସ୍ତେ । ସମସ୍ତଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ସମସ୍ତ ୫ ଜଣଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

କୋଲକାତାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସଂକ୍ରମିତ ପରିବାରରେ ୨୭ ଏବଂ ୪୫ ବର୍ଷ ବୟସ୍କା ଦୁଇ ଜଣ ମହିଳା, ୯ ମାସର ଶିଶୁ, ୬ ବର୍ଷର ବାଳିକା ଏବଂ ୧୧ ବର୍ଷର ବାଳକ ଅଛନ୍ତି । ନିକଟରେ ୨୭ ବର୍ଷ ବୟସ୍କା ମହିଳା ବ୍ରିଟେନରୁ ଫେରିଥିବା ଜଣେ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ବ୍ୟକ୍ତିଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ ଥିଲା । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ମହିଳା ଜଣଙ୍କ ପଶ୍ଚିମବଙ୍ଗର ନାଦିଆର ବାସିନ୍ଦା କିନ୍ତୁ ବର୍ତ୍ତମାନ ସେ ଉତ୍ତରାଖଣ୍ଡରେ ରହୁଛନ୍ତି ।

ଅଧିକାରୀ ଜଣଙ୍କ କହିଛନ୍ତି, ବ୍ରିଟେନରୁ ଫେରିଥିବା ବ୍ୟକ୍ତି ସେଠାରେ ଅଧ୍ୟୟନ କରୁଥିଲେ । ସେ ଭାରତକୁ ଫେରିବା ପରେ ତାଙ୍କୁ ଦିଲ୍ଲୀର ଏକ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା, କିନ୍ତୁ ସେ କ୍ବାରେଣ୍ଟାଇନ୍ ପ୍ରୋଟୋକଲ ଉଲ୍ଲଂଘନ କରି ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତେହେଟାକୁ ଆସିଥିଲେ । ମହିଳା ଜଣଙ୍କ ତାଙ୍କ ସସ୍ପର୍ଶରେ ଆସିଥିଲେ । ଘଟଣା ସେତେବେଳେ ଜଣାପଡିଥିଲା ଯେତେବେଳେ ମହିଳା ଏବଂ ତାଙ୍କର ୯ ମାସର ଶିଶୁ ଏବଂ ୬ ବର୍ଷର ଝିଅ ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ । ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।
ମାର୍ଚ୍ଚ ୨୩ ତାରିଖରେ ତାଙ୍କ ପରିବାରର ୮ଜଣ ସଦସ୍ୟଙ୍କୁ ନାଦିଆ ସ୍ଥିତ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ଶୁକ୍ରବାର ଦିନ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିଛି । ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ସେମାନଙ୍କର କରୋନା ପରୀକ୍ଷା କରାଯିବ ।

ଶୁକ୍ରବାର ଦିନ ରାଜ୍ୟରେ ୩୩ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ପଶ୍ଚିମବଙ୍ଗରେ କରୋନା ଭାଇରସରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

   Related Posts