ସମ୍ବର୍ଦ୍ଧିତ ହେଲେ ପଦକ ବିଜେତା ୫ ଜଣ ଭାରତ୍ତୋଳକ

Published By : Prameya-News7 Bureau | December 01, 2021 IST

ବ୍ରହ୍ମପୁର ୧।୧୨: ଗଞ୍ଜାମ ଜିଲ୍ଲା ଭାରଉତ୍ତୋଳନ ପ୍ରତିଯୋଗିତାରେ ପଦକ ବିଜେତା ପ୍ରତିଯୋଗୀଙ୍କୁ ଫ୍ରେଣ୍ଡସ ଫିଜିକାଲ ଇନଷ୍ଟିଚ୍ୟୁଟଠାରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ୪ଜଣ ମହିଳା ଓ ଜଣେ ପୁରୁଷ ଭାରତ୍ତୋଳକ ୫ଟି ପଦକ ଜିତିଛନ୍ତି । ଜୁନିୟରରେ ଜି.ଗୀତାଞ୍ଜଳି ଓ ଆୟୁଷୀ ସାହୁ, ୟୁଥ୍ ବର୍ଗରେ ବର୍ଷା ମହାରଣା, ସିନିୟର ମହିଳାରେ ହରିପ୍ରିୟା ବିଜୁଳି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

{"id":552474,"sizeSlug":"full","linkDestination":"none"}

ସେହିପରି ସିନିୟର ପୁରୁଷରେ କିଶନ ଜେନା ରୌପ୍ୟ ପଦକ ଜିତିଛନ୍ତି । ଏମାନଙ୍କୁ ରାମଲିଙ୍ଗମ ଟ୍ୟାଙ୍କ ରୋଡ୍ ସ୍ଥିତ ଫିଜିକାଲ ଇନଷ୍ଟିଚ୍ୟୁଟଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ଆଜୀବନ ସଦସ୍ୟ ରାମ ବାବୁ, ବି.ସୁରୀ ବାବୁ, ପ୍ରଫୁଲ୍ଲ ସେଠୀ, ଗଞ୍ଜାମ ଜିଲ୍ଲା ଭାରତ୍ତୋଳନ ସଂଘ ସଦସ୍ୟ ଆନନ୍ଦ ମହାଙ୍କୁଡ଼ ଏବଂ ଅତିଥି ଭାବେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ କୋଚ୍ ସୀତା ଜେନା ଉପସ୍ଥିତ ଥିଲେ। ପ୍ରତିଯୋଗୀମାନେ ଅନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଥିବାରୁ ସେମାନଙ୍କୁ ଉତ୍ସାହିତ କରାଯିବା ସହ ଆଗାମୀ ଦିନରେ ଏଭଳି ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.