Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଦ୍ବିତୀୟ ପର୍ଯ୍ୟାୟରେ ୫ଲୋକସଭା ଓ ୩୫ ବିଧାନସଭା ପାଇଁ ହେବ ଭୋଟ୍, ଜାଣନ୍ତୁ କିଏ କେଉଁଠୁ ହୋଇଛନ୍ତି ପ୍ରାର୍ଥୀ

12/04/2019 at 4:57 PM

ଭୁବନେଶ୍ବର ୧୨|୪ : ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ଫୋକସ୍ କରିଛନ୍ତି ସବୁ ରାଜନୈତିକ ଦଳ ଓ ପ୍ରତିନ୍ଦ୍ବନ୍ଦ୍ବୀ।  ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ହେବ । ଆସନ୍ତା ୧୮ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଗ୍ରହଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଆସନ ହେଲା ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା । ୫ଟି ଲୋକସଭା ଆସନ ପାଇଁ ମଇଦାନରେ ୩୫ଜଣ ପ୍ରାର୍ଥୀ ରହିଥିବାବେଳେ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ୨୪୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ୩୫ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ ଜାତୀୟ ଦଳର ହୋଇଥିବାବେଳେ ୫ଜଣ ରାଜ୍ୟ ଦଳର ପ୍ରାର୍ଥୀ ଅଛନ୍ତି । ଦୁଇ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ଜଣ ସ୍ବାଧୀନ ପ୍ରାର୍ଥୀ  ରହିଛନ୍ତି । ସେହିଭଳି ମଇଦାନରେ ଥିବା ଥିବା ୨୪୪ଜଣ ବିଧାନସଭା ପ୍ରାର୍ତୀଙ୍କ ମଧ୍ୟରୁ ୨୧୯ ଜଣ ପୁରୁଷ ହୋଇଥିବା  ବେଳେ ୨୫ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୯୭ଜଣ ଜାତୀୟ ଦଳର, ୩୫ଜଣ ରାଜ୍ୟ ଦଳର, ୪୨ଜଣ ଅନ୍ୟାନ୍ୟ ଦଳର ଏବଂ ୭୦ ଜଣ ସ୍ବାଧୀନ ପ୍ରାର୍ଥୀ । ୫ଟି ଲୋକସଭା ଆସନରେ ସମୁଦାୟ ୬୭ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ୯ହଜାର ୧୧୭ଟି ବୁଥ୍ ରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।  

ଲୋକସଭା ପ୍ରାର୍ଥୀ :

ବରଗଡ ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଓ କଂଗ୍ରେସରୁ ପ୍ରଦୀପ କୁମାର ଦେବତା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ଲୋକସଭା ଆସନରେ ବିଜେଡିରୁ ସୁନୀତା ବିଶ୍ବାଳ, ବିଜେପିରୁ ଜୁଏଲ ଓରାମ୍ ଏବଂ କଂଗ୍ରେସରୁ ଜର୍ଜ ତିର୍କୀ ପ୍ରାର୍ଥୀ ହୋଇଛନ୍ତି । ବଲାଙ୍ଗିର ଲୋକସଭା ଆସନରେ ବିଜେଡିରୁ କଳିକେଶ ନାରାୟଣ ସିଂଦେଓ, ବିଜେପିରୁ ସଙ୍ଗୀତା ସିଂଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି । କନ୍ଧମାଳ ଲୋକସଭା ଆସନରେ ବିଜେଡିରୁ ଅଚ୍ୟୁତ ସାମନ୍ତ, ବିଜେପିରୁ ଐର ଖାରବେଳ ସ୍ବାଇଁ ଓ କଂଗ୍ରେସରୁ ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରମିଳା ବିଶୋୟୀ, ବିଜେପିରୁ ଅନୀତା ପ୍ରିୟଦର୍ଶିନୀ ଏବଂ ସିପିଆଇରୁ ରାମକୃଷ୍ଣ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବରଗଡ ଲୋକସଭା ଆସନ ଅନ୍ତର୍ଗତ ବିଜେପୁରରୁ ମଧ୍ୟ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଅର୍ଥାତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ । ସେଥିପାଇଁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ବିଧାନସଭା ପ୍ରାର୍ଥୀ :

ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ୫ଟି ଲୋକସଭା ମଧ୍ୟରୁ ବରଗଡ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭାଗୁଡିକ ହେଲା ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡା ।

ବରଗଡର ୭ ବିଧାନସଭା :

ପଦ୍ମପୁରରେ ବିଜେଡିର ବିଜୟରଞ୍ଜନ ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ମଧ୍ୟରେ କଡା ଟକ୍କର ହେଉଛି । ସେହିଭଳି ବିଜେପୁରରେ ବିଜେଡିର ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଛନ୍ତି ବିଜେପିର ସନତ ଗଡତିଆ ଏବଂ କଂଗ୍ରେସର ରିପୁନାଥ ସେଠ୍ । ବରଗଡ ବିଧାନସଭା ଆସନରେ ବିଜେଡିରୁ ଦେବେଶ ଆଚାର୍ଯ୍ୟ, ବିଜେପିର ଅଶ୍ବିନୀ ଷଡଙ୍ଗୀ ଏବଂ କଂଗ୍ରେସରୁ ନିପନ୍ ଦାଶ ମଇଦାନରେ ଅଛନ୍ତି । ଅତାବିରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ମିଲନ୍ ସେଠ୍ ଏବଂ କଂଗ୍ରେସର ନିହାର ମହାନନ୍ଦା । ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଇରାଶିଷ ଆଚାର୍ଯ୍ୟ । ଏଠାରେ କଂଗ୍ରେସ ସରୋଜ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ବିଧାୟିକା ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବାବେଳେ ସିପିଆଇଏମରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ତ୍ରିପାଠୀ । ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ନବକିଶୋର ଦାସ । ଏଠାରେ ବିଜେପି ଦୀନେଶ ଜୈନ୍ ଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମହେନ୍ଦ୍ର ନାୟକ ।

ସୁନ୍ଦରଗଡର ୭ବିଧାନସଭା :

ସୁନ୍ଦରଗଡ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ ଗୁଡିକ ହେଲା ତଳସରା, ସୁନ୍ଦରଗଡ, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣେଇ । ତଳସରା ବିଧାନସଭା ଆସନରେ ବିଜେଡିରୁ ଷ୍ଟିଫେନ ସୋରେନ୍, ବିଜେପିରୁ ଭବାନୀ ଭୋଇ ଓ କଂଗ୍ରେସରୁ ବିଧାୟକ ପ୍ରଫୁଲ୍ଲ ମାଝୀ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ଆସନରୁ ବିଜେଡିରୁ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ, ବିଜେପିରୁ କୁସୁମ ଟେଟେ ଏବଂ କଂଗ୍ରେସରୁ ହେମାନନ୍ଦ ବିଶ୍ବାଳଙ୍କ ଅମିତା ବିଶ୍ବାଳ ପ୍ରାର୍ଥୀ ହୋଇଛନ୍ତି । ବୀରମିତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିରୁ ମାଖଲୁ ଏକ୍କା, ବିଜେପିରୁ ଶଙ୍କର ଓରାମ ଏବଂ କଂଗ୍ରେସରୁ ରୋହିତ ଯୋସେଫ ତିର୍କୀ । ରଘୁନାଥପାଲ୍ଲୀ ବିଧାନସଭା ଆସନରୁ ବିଜେଡିରୁ ସୁବ୍ରତ ତରାଇ, ବିଜେପିରୁ ଜଗବନ୍ଧୁ ବେହେରା ଓ କଂଗ୍ରେସରୁ ପ୍ରଶାନ୍ତ ସେଠୀ ପ୍ରାର୍ଥୀ ହୋଇଛନ୍ତି । ରାଉରକେଲା ବିଧାନସଭା ଆସନରୁ ବିଜେଡିରୁ ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପିରୁ ନିହାର ରାୟ ଏବଂ କଂଗ୍ରେସରୁ ବୀରେନ ସେନାପତି ପ୍ରାର୍ଥୀ ହୋଇଛନ୍ତି । ରାଜଗାଙ୍ଗପୁର ବିଧାନସଭା ଆସନରୁ ବିଜେଡିରୁ ମଙ୍ଗଳା କିଶାନ, ବିଜେପିରୁ ନରସିଂହ ମିଞ୍ଜ ଏବଂ କଂଗ୍ରେସରୁ ସି.ଏସ୍ ରାଜନ ପ୍ରାର୍ଥୀ ହୋଇଛନ୍ତି । ବଣେଇ ବିଧାନସଭା ଆସନରେ ବିଜେଡିରୁ ରଞ୍ଜିତ କିଶାନ, ବିଜେପିରୁ ଅନୀଲ ବାର୍ଲା ଏବଂ ସିପିଆଇଏମରୁ ଲକ୍ଷ୍ମଣ ମୁଣ୍ଡା ପ୍ରାର୍ଥୀ ହୋଇଛନ୍ତି ।

 ବଲାଙ୍ଗିରର ୭ବିଧାନସଭା :

ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ ଗୁଡିକ ହେଲା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗିର, ଟିଟିଲାଗଡ ଏବଂ କଣ୍ଟାବାଞ୍ଜି । ବୀରମହାରାଜପୁରରେ ବିଜେଡିର ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ବିଜେପିର ରଘୁନାଥ ଜଗଦଳ ଓ କଂଗ୍ରେସର ବିନୋଦ କୁମାର ପାତ୍ରଙ୍କ ଲଢେଇ ହେବ । ସୋନପୁରରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ବିଜେପିର ଅଶୋକ ପୂଜାରୀ ଓ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ରଙ୍କ ଲଢେଇ ହେବ । ଲୋଇସିଂହାରେ ବିଜେଡି ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରାର୍ଥୀ କରିଛି ମୁକେଶ ମହାଲିଙ୍ଗଙ୍କୁ । ସେହିଭଳି ଏଠାରେ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ନବକିଶୋର ନାୟକ । ପାଟଣାଗଡରେ ବିଜେଡି ସରୋଜ ମେହେରଙ୍କୁ ପ୍ରାର୍ଥୀ କରିଛି । ଏଠାରେ ବିଜେପିର ପ୍ରାର୍ଥୀ ହେଉଛନ୍ତି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏବଂ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ରମେଶ ପୁରୋହିତ । ବଲାଙ୍ଗିର ବିଧାନସଭା ଆସନରେ ଏଥର ହାଇ ଭୋଲଟେଜ୍ ଫାଇଟ୍ ଦେଖିବାକୁ ମିଳିବ । ବିଜେଡି ଏଠାରେ ଅର୍କେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ଟିଟିଲାଗଡ ବିଧାନସଭା ଆସନରୁ ବିଜେଡିରୁ ଟୁକୁନି ସାହୁ, ବିଜେପିରୁ ଅଶୋକ ଦୋରା ଓ କଂଗ୍ରେସରୁ ସୁରେନ୍ଦ୍ର ସିଂ ଭୋଇ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡିରୁ ଅଜୟ ଦାସ, ବିଜେପିରୁ ଲକ୍ଷ୍ମଣ ବାଗ୍ ଓ କଂଗ୍ରେସରୁ ସନ୍ତୋଷ ସଂ ସାଲୁଜା ପ୍ରାର୍ଥୀ ହୋଇଛନ୍ତି ।

କନ୍ଧମାଳର ୭ବିଧାନସଭା :

କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ହେଲା ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, ବୌଦ୍ଧ, କଣ୍ଟାମାଳ, ଦଶପଲ୍ଲା ଓ ଭଞ୍ଜନଗର । ବାଲିଗୁଡା ବିଧାନସଭା ଆସନରୁ ବିଜେଡିର ଚକ୍ରଧର କହଁର, ବିଜେପିର କରେନ୍ଦ୍ର ମାଝୀ ଓ କଂଗ୍ରେସର  ସିମନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ଜି.ଉଦୟଗିରି ବିଧାନସଭା ଆସନରୁ ବିଜେଡ଼ିରୁ ସାଲୁଗା ପ୍ରଧାନ, ବିଜେପିରୁ ଅର୍ଚ୍ଚନା ପ୍ରଧାନ ଏବଂ କଂଗ୍ରେସରୁ ଶ୍ୟାମଘନ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ଫୁଲବାଣୀ ବିଧାନସଭା ଆସନରେ ବିଜେଡିରୁ ଅଙ୍ଗଦ କହଁର, ବିଜେପିରୁ ଦେବନାରାୟଣ ପ୍ରଧାନ ଏବଂ କଂଗ୍ରେସରୁ କିଶୋର ଚନ୍ଦ୍ର କହଁର ପ୍ରାର୍ଥୀ ହୋଇଛନ୍ତି । କଣ୍ଟାମାଳ ବିଧାନସଭା ଆସନରେ ବିଜେଡିରୁ ମହିଧର ରଣା, ବିଜେପିରୁ କହ୍ନେଇ ଡାଙ୍ଗ ଓ କଂଗ୍ରେସରୁ ପ୍ରଶାନ୍ତ ସାହୁ ପ୍ରାର୍ଥୀ ହୋଇଛନ୍ତି । ବୌଦ୍ଧ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବାଚସ୍ପତି ପ୍ରଦୀପ ଅମାତ । ବିଜେପିରୁ ସୁଶାନ୍ତ ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ ସିପିଆଇରୁ ପ୍ରାର୍ଥୀ ହୋଇଛନ୍ତି ଅବକାଶ ସାହୁ । ଦଶପଲ୍ଲା ବିଧାନସଭା ଆସନରେ ବିଜେଡିରୁ ରମେଶ ବେହେରା, ବିଜେପିରୁ ପୂର୍ଣ୍ଣଚନ୍ଦ୍ର ନାୟକ  ଏବଂ କଂଗ୍ରେସରୁ ପ୍ରଶାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି । ଭଞ୍ଜନଗର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଜେପିରୁ ପ୍ରଦ୍ୟୁମ୍ନ ନାୟକ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ସଞ୍ଜୟ କୁମାର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି ।

ଆସିକାର ୭ବିଧାନସଭା :

ଆସିକା ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ହେଲା ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସାନଖେମୁଣ୍ଡି, ସୋରଡା ଓ ହିଞ୍ଜିଳି । ପୋଲସରା ବିଧାନସଭା ଆସନରୁ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଗୋକୁଳାନନ୍ଦ ମଲ୍ଲିକ ଓ କଂଗ୍ରେସ ହରିଚରଣ ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି । କବିସୂର୍ଯ୍ୟନଗର ବିଧାନସଭା ଆସନରେ ବିଜେଡି ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ରଞ୍ଜନ ପଲାଇ ଓ କଂଗ୍ରେସ ବିଜୟ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି । ଖଲ୍ଲିକୋଟ ବିଧାନସଭା ଆସନରେ ବିଜେଡିରୁ କେ.କେ. ସୂର୍ଯ୍ୟମଣି ବୈଦ୍ୟ, ବିଜେପିରୁ ଭାରତୀ ବେହେରା ଓ କଂଗ୍ରେସରୁ ଭୋକାଲି ସେଠୀ ପ୍ରାର୍ଥୀ ହୋଇଛନ୍ତି । ଆସିକା ବିଧାନସଭା ଆସନରେ ବିଜେଡିରୁ ମଞ୍ଜୁଳା ସ୍ବାଇଁ, ବିଜେପିରୁ ଦେବରାଜ ମହାନ୍ତି ଏବଂ କଂଗ୍ରେସରୁ ମନୋଜ କୁମାର ଜେନା ପ୍ରାର୍ଥୀ ହୋଇଛନ୍ତି । ସୋରଡା ବିଧାନସଭା ଆସନରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଜେପିରୁ ନୀଳମଣି ବିଶୋୟୀ ଓ କଂଗ୍ରେସରୁ ସଂଗ୍ରାମ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନନ୍ଦିନୀ ଦେବୀ, ବିଜେପିରୁ ବିଜୟ ସ୍ବାଇଁ ଓ କଂଗ୍ରେସରୁ ରମେଶ ଜେନା ପ୍ରାର୍ଥୀ ହୋଇଛନ୍ତି । ହିଞ୍ଜିଳି ବିଧାନସଭା ଆସନରେ ବିଜେଡିରୁ ନବୀନ ପଟ୍ଟନାୟକ, ବିଜେପିରୁ ପୀତାମ୍ବର ଆଚାର୍ଯ୍ୟ ଏବଂ କଂଗ୍ରେସରୁ ଶମ୍ଭୁନାଥ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି ।

   Related Posts