Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ଗିରଫ କଲା ପୋଲିସ

10/06/2020 at 1:36 PM

ଭୁବନେଶ୍ୱର, ୧୦।୬ : ଏୟାରଫିଲ୍ଡ ଥାନା ପୁଲିସ୍‌ ସହାୟତାରେ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏକ ଡକାୟତ ଦଳର ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ଗୋଟିଏ ୭ ଏମ୍‌ଏମ୍‌ ବନ୍ଧୁକ, ୨ଟି ଅଫୁଟା ଗୁଳି, ୩ଟି ଖଣ୍ଡା, ଲଙ୍କାଗୁଣ୍ଡ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଡକାୟତି ବେଳେ ବ୍ୟବହୃତ ୨ ବାଇକ୍‌ ମଧ୍ୟ ସେମାନଙ୍କ ଠାରୁ ମିଳିଛି । ତେବେ ଗ୍ୟାଙ୍ଗର ସର୍ଦ୍ଦାର ପୁଲିସ ଉପରକୁ ଫାଙ୍କା ଗୁଳି କରି ଖସି ପଳାଇବାରେ ସକ୍ଷମ ହୋଇଛି ।

ସୂଚନାଯୋଗ୍ୟ ଯେ, ଏହି ଗ୍ୟାଙ୍ଗ ସୁନ୍ଦରପଦା, ଜଟଣୀ ଅଞ୍ଚଳରେ ଲୁଟ୍‌ପାଟ୍‌ ଓ ଛିନ୍‌ତାଇ କରି ଆତଙ୍କ ଖେଳାଇ ଥିଲା । ଏୟାରଫିଲ୍ଡ ଥାନା ଅଧୀନ ପଞ୍ଚୁପଲ୍ଲୀ ଗାଁର ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ ସେମାନେ ଲୁଚିଥିବା କ୍ୟୁଏଟି ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ଉକ୍ତ ଆପାର୍ଟମେଣ୍ଟରେ ପୁଲିସ ଟିମ୍‌ ଚଢ଼ଉ କରି ଡକାୟତି ଗ୍ୟାଙ୍ଗର ୫ଜଣଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ସେମାନଙ୍କଠାରୁ ୧୫ ହଜାର ଟଙ୍କା ଓ ୩ଟି ମୋବାଇଲ୍‌ ମିଳିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବ୍ଲକ ପଞ୍ଚୁପଲ୍ଲୀ ଗାଁର ଅନୀଲ କୁମାର ପ୍ରଧାନ ଓରଫ୍‌ ବାବୁ (୩୮), ଅମୀର ଜୟ ସିଂହ, ସୁକାନ୍ତ ବରିମଲ୍‌, କାଶୀନାଥ ସାମନ୍ତରାୟ ଓ ପ୍ରେମାନନ୍ଦ ବରିମଲ ଓରଫ୍‌ ତମ୍ପ । ଏମାନଙ୍କ ମଧ୍ୟରେ ବାବୁ ପ୍ରଧାନ ଲୁଟ୍‌ପାଟ୍‌ ଓ ଡକାୟତି କରିବାକୁ ଯୋଜନା କରେ ।

   Related Posts