ଆନନ୍ଦପୁରରେ ୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ : ନର୍ସିଂହୋମ୍ ସିଲ୍, କ୍ବାରେଣ୍ଟାଇନ୍‌ରେ ୨ ଡାକ୍ତର

Published By : Prameya-News7 Bureau | July 22, 2020 IST

ଆନନ୍ଦପୁର ୨୨।୭: ଆନନ୍ଦପୁରରେ ପ୍ରଥମକରି ଲୋକାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ପୁଣି ଜଣେ କିମ୍ବା ଦୁଇ ଜଣ ନୁହେଁ ଏକାଥରକେ ୫ଜଣ । ସମସ୍ତ କରୋନା ଆକ୍ରାନ୍ତ ପୌରାଞ୍ଚଳ ଅଧିନର ଓ ପୁରୁଷ । ଗୋଟିଏ ଦିନରେ ଏକାଥରକେ ୫ ଲୋକାଲ ପଜିଟିଭ୍ ବାହାରିବା ପରେ ପୌରାଞ୍ଚଳବାସୀଙ୍କ ଚିନ୍ତା ବଢାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩ନଂ ଓ୍ବାର୍ଡର ୨ ଜଣ ପୁରୁଷ, ୪ନଂ ଓ୍ବାର୍ଡର ଜଣେ, ୧୩ନଂ ଓ୍ବାର୍ଡର ଜଣେ ଓ ୧୪ନଂ ଓ୍ବାର୍ଡର ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୩ନଂ ଓ୍ବାର୍ଡର ୨ ଆକ୍ରାନ୍ତ ଚିନ୍ତାର କାରଣ ପାଲଟିଛନ୍ତି । ଉଭୟ ଗତ ୧୯ ତାରିଖ ଦିନ ଘସିପୁରାର ଏକ ନର୍ସିଂହୋମକୁ ପରୀକ୍ଷା ପାଇଁ ଆସିଥିଲେ ଓ  ସ୍ଥାନୀୟ ୨ ଜଣ ଭେଷଜ ବିଭାଗର ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ । ପ୍ରଶାସନ ତରଫରୁ ଉଭୟ ରୋଗୀଙ୍କୁ କେନ୍ଦୁଝର କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।

{"id":304027,"sizeSlug":"large"}

ସଂପୃକ୍ତ ନର୍ସିଂହୋମକୁ ସିଲ୍ କରାଯିବା ସହ ଦୁଇ ଡାକ୍ତରଙ୍କ କ୍ଲିନିକ ମଧ୍ୟ ସିଲ୍ କରାଯାଇ ଡାକ୍ତରଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି । ୩ନଂ ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ଏହାର ୫ଟି ପ୍ରବେଶ ପଥ ସିଲ୍ କରାଯାଇଛି । ସେହିପରି ୧୩ ନଂ ଓ୍ବାର୍ଡର ଜଣେ ବ୍ୟବସାୟୀ କଟକ ଏସସିବିଠାରେ ଚିକିତ୍ସାଧିନ ଅବସ୍ଥାରେ ଓ ୪ନଂ ଓ୍ବାର୍ଡର ଜଣେ ଯୁବକ ଚିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

{"id":304028,"sizeSlug":"large"}

୧୪ ନଂ ଓ୍ବାର୍ଡରେ ଘରକୁ ଆସିଥିବା ଜଣେ ଯବାନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ଏକାଥରକେ ୫ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି । ଲୋକଙ୍କୁ ସଂକ୍ରମଣରୁ ରୋକିବାକୁ ଲୋକଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବା ପାଇଁ ଅପିଲ କରିଛନ୍ତି ଉପଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.