କଳା ପଲସରରେ ଆସି ଝାମ୍ପି ନେଲେ ୫ଲକ୍ଷ ଟଙ୍କା
24/11/2020 at 1:42 PM

ପାଟଣା ୨୪।୧୧: କେନ୍ଦୁଝରରେ କଳା ପଲସର ଆତଙ୍କ । କୋ-ଅପରେଟିଭ୍ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ମହିଳା ଜଣଙ୍କ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରେ କଳା ପଲସରର ଆତଙ୍କ । ତୁରୁମୁଙ୍ଗା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୁତ୍ତ । ସ୍ଥାନୀୟ କୋ-ଅପରେଟିଭ୍ ବ୍ୟାଙ୍କର କର୍ମଚାରୀ ଅନ୍ନପୂର୍ଣା ମିଶ୍ର ନିକଟସ୍ଥ ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ କଳା ପଲସରରେ ଆସି ଟଙ୍କା ବ୍ୟାଗ କୁ ଝାମ୍ପି ନେଇଛନ୍ତି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।