Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍, ପୋଲିସକୁ ଖବର ଦେଲେ ଜୀବନରୁ ମାରିଦେବାକୁ ଧମକ

21/01/2020 at 4:10 PM

ବଲାଙ୍ଗୀର ୨୧।୦୧: ବନ୍ଧୁକ ଦେଖାଇ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିକ୍ରାପଡା ନିକଟରେ ଥିବା ଏୟାରଟେଲ ଅଫିସରୁ ଲୁଟ୍‌ । ତେବେ ଟଙ୍କା ଲୁଟ୍‌ ସହ କମ୍ପୁଟର ହାର୍ଡ ଡିସ୍କ ଓ ସୁନା ମଧ୍ୟ ଲୁଟ୍‌ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ରେଲଓ୍ବେ ଷ୍ଟେସନ ନିକଟରେ ଥିବା ଏୟାରଟେଲ୍‌ ଡ୍ରିଷ୍ଟ୍ରବୁଟର୍ସ ଅଫିସରେ ବନ୍ଧୁକ ଦେଖାଇ ଲୁଟ୍‌ ।  ସୋମବାର ରାତିରେ ଦୋକାନ ବନ୍ଦ କରୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରିଛନ୍ତି । ସୋମବାର ଦିନ ରାତିରେ ୭ଜଣ କର୍ମଚାରୀ ଟଙ୍କା କଲେକସନ କରି ଅଫିସକୁ ଫେରିଥିଲେ ।  କର୍ମଚାରୀମାନେ ନିଜ ନିଜର କଲେକସନ ରଖିଥିଲେ ।

ଠିକ୍‌ ସେହି ସମୟରେ ତିନିଜଣ ଦୁର୍ବୃତ୍ତମାନେ ଦୋକାନ ମାଲିକ ଓ କର୍ମାଚାରୀଙ୍କ ମୁଣ୍ଡରେ   ବନ୍ଧୁକ ଦେଖାଇ  ଟଙ୍କା ମାଗିଥିଲେ , ପରେ ଟଙ୍କା ବ୍ୟାଗ୍‌ ସହ ହାର୍ଡ ଡିସ୍କ, ସିସିଟିଭି କ୍ୟାମେରା ଆଣିବାକୁ କହିଥିଲେ ।   ଏବଂ କର୍ମଚାରୀଙ୍କ ନିକଟରେ ଥିବା ପର୍ସ , ମୋବାଇଲ ମଧ୍ୟ ଲୁଟି ନେଇଥିଲେ । ଯଦି କେହି ପୋଲିସକୁ ଖବର ଦେଲା ,ତେବେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।   ସେପଟେ ବୁଧବାର ଦିନ ବଲାଙ୍ଗୀର ଟାଉନଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଦୋକାନ ନିକଟସ୍ଥ ଥିବା ସମସ୍ତ ସିସିଟିବି ଯାଞ୍ଚ କରୁଛି ।    

   Related Posts