ଆଇଏମଏ ଆନ୍ଦୋଳନ ଡାକରା ଯୋଗୁ କୋମାରେ ଦେଶର ସ୍ବାସ୍ଥ୍ୟସେବା, ସେପଟେ ପଶ୍ଚିମବଙ୍ଗରେ ମମତାଙ୍କ ସମେତ ନରମ ପଡିଲେ ଡାକ୍ତର, ସୁଧୁରିପାରେ ପରିସ୍ଥିତି

Published By : Prameya-News7 Bureau | June 17, 2019 IST

ନୂଆଦିଲ୍ଲୀ ୧୭।୬:  ଡାକ୍ତରଙ୍କ ଉପରେ ସମୟସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣ ଘଟଣାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଇଏମଏ ଆହ୍ବାନରେ ସୋମବାର ସାରାଦେଶରେ ଡାକ୍ତର ହରତାଳ ପ୍ରଦର୍ଶନ କରିଛନ୍ତି। ଫଳରେ ବିଭିନ୍ନ ହସ୍ପିଟାଲରେ ଆଉଟଡୋର ପେସେଣ୍ଟଙ୍କୁ  ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ପରିସ୍ଥିତି ଏପରି ହୋଇଛି ଯେ  ଦେଶରେ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରାଳୟ ବୋଲି କୌଣସି ସଂସ୍ଥାନ ଥିବା ଭଳି ମନେ ହେଉନି। ସରକାରୀ ହସ୍ପିଟାଲକୁ ଚକିତ୍ସା ପାଇଁ ଦଉଡି ଆସିଥିବା ନୂଆ ରୋଗୀ ଘରୋଇ ହସ୍ପିଟାଲ ମୁହାଁ ହେଉଥିବା ଦେଖାଯାଇଛି। ସେପଟେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ହରତାଳକୁ ନେଇ ଉପୁଜିଥିବା ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଡାକ୍ତରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନଭାବ ବଦଳିଥିବା ବେଳେ ସୋମବାର ନବାନାରେ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳଙ୍କ ସହ ଭେଟ କରିବାକୁଘୋଷଣା କରିଛନ୍ତି।

{"id":124008}

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଅଲଖ୍ୟରେ ସାରା ଦେଶରେ ଡାକ୍ତର ଆନ୍ଦୋଳନ ଦାନାବାନ୍ଧିସାରିଲାଣି। ଆଇଏମଏର ଦେଶବ୍ୟାପୀ ଆନ୍ଦୋଳନ ବେଳେ ଏଆଇଆଇଏମଏସ୍ ର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ କୁମାର ଅନଶନ ଆରମ୍ଭ କରିଦେଇଛନ୍ତି। ଡାକ୍ତରଙ୍କୁ ଆକ୍ରଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ଅନଶନକୁ ଓହ୍ଳାଇଥିବା  କହିଛନ୍ତି।ଯେଉଁ ପର୍ଯ୍ୟନ୍ତ ଆକ୍ରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଅନଶନରୁ ଓହରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେପଟେ ଆଇଏମଏର ହରତାଳ ବେଳେ କେବଳ ଜରୁରିକାଳୀନ ପରିସ୍ଥିତି ଦ୍ବାହୀ ଦେଇ  ସେବା ପ୍ରଦାନ ନ କରିବାରୁ ଦିଲ୍ଲୀ ଏଆଇଆଇଏମଏସ ଟ୍ରମାସେଣ୍ଚରରେ ପୁଣି ଜଣେ ଜୁନିୟ ଡାକ୍ତର  ରୋଗୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।

{"id":124009}

ଆଇଏମଏ ଆହ୍ବାନରେ ଆଜି ଦିଲ୍ଲୀ ସମେତ ଏନସିଆରରେ ଥିବା ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି ବନ୍ଦ ରହିଛି। ୧୮ ହଜାର ଡାକ୍ତର ଆନ୍ଦୋଳନରେ ସାମିଲ ହେବା ଯୋଗୁ  ଦିଲ୍ଲୀ ସଫଦରଜଙ୍ଗ, ରାମମନୋହର ଲୋହିଆ, ଲେଡି ହାର୍ଡିଂ ମେଡିକାଲ କଲେଜ ଓ ହସ୍ପିଟାଲ, ଆରଏମଏଲ ହସ୍ପିଟାଲ, ଦିଲ୍ଲୀ ସରକାରଙ୍କ ଜେଟିବି ହସ୍ପିଟାଲ, ଡ. ବାବାସାହେବ ଆମ୍ବେଦକର ହସ୍ପିଟାଲ, ସଞ୍ଜୟଗାନ୍ଧୀ ମେମୋରିଆଲ ହସ୍ପିଟାଲ ସମେତ ଦିନଦୟାଲ ହସ୍ପିଟାଲକୁ ରୋଗୀ ଆସି ଫେରିଫେରି ଯାଉଥିବା ଦେଖାଯାଇଛି। ହେଲେ ସରକାର ହାତ ଉପେର ହାତବାନ୍ଧି ବସିଛନ୍ତି।

{"id":124010}

ତେବେ ସାରା ଦେଶରେ ଉପୁଜିଥିବା ସ୍ବାସ୍ଥ୍ୟ ସମସ୍ୟା ବେଳେ ପଶ୍ଚିମବଙ୍ଗ ପରିସ୍ଥିତି କିନ୍ତୁ ସାମାନ୍ୟ ଥିବା ଦେଖାଯାଇଛି। ଡାକ୍ତରଙ୍କ ମନଭାବ ନରମ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜଆଡୁ ନବାନାରେ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ପ୍ରତ୍ୟେକ ମେଡିକାଲ କଲେଜ ହସ୍ପିଟାଲର ୨ ଜଣ ଲେଖାଏଁ ପ୍ରତିନିଧି ଭାଗନେଉଥିବା ଜଣାପଡିଛି।

{"id":124012,"width":582,"height":326}

ତେବେ କେରଳରେ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ଆଇଏମଏ ଆହ୍ୱାନକୁ ସମର୍ଥନ ଜଣାଇଥିବା ବେଳେ ଆକଶ୍ମିକ ସେବା ସହ ଏକ ଦିବସୀୟ ହରତାଳ କରିଛନ୍ତି।ଏଣୁ ସରକାରୀ ହସ୍ପିଟାଲମାନଙ୍କରେ  ସାକଳ ୮ରୁ ୧୦ଟା ପର୍ଯ୍ୟନ୍ତ ୨ ଘଣ୍ଟା ଓପିଡି ବନ୍ଦରଖାଯାଇଥିବା ବେଳେ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ସକାଳ୧୦ରୁ ୧୧ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ଓପିଡି ବନ୍ଦ ରହିଥିଲା। ଓଡିଶାରେ ଆଇଏମଏ ଡାକରାକୁ ସମର୍ଥନ ଜଣାଇ ବିଭିନ୍ନ ହସ୍ପିଟାଲ ସହ ବେଳେ ଏଆଇଆଇଏମଏସ୍ ରେ ଓପିଡି ସେବା ଦିନ ତମାମ ବନ୍ଦରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.