ଯାଜପୁର ମୈଥାନ ଇସ୍ପାତ କାରଖାନାରେ ବିସ୍ଫୋରଣ; ୫ ଶ୍ରମିକ ଗୁରୁତର
26/12/2018 at 3:25 PM
ଯାଜପୁର ୨୬|୧୨: ଯାଜପୁର ସ୍ଥିତ ଇସ୍ପାତ କାରଖାନାର ବିସ୍ପୋରଣ ହୋଇଛି । ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ଗୁରୁତର ହୋଇଛନ୍ତି । ୪ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଯାଜପୁର କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । କାରଖାନାର ଏସଏମଏସ ସାଇଡରେ ବିସ୍ପୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ କାର୍ଯ୍ୟରତ ଥିବା ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ପ୍ଲଣ୍ଟ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ବିସ୍ଫୋରଣ କେମିତି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021