କେମିକାଲ କମ୍ପାନୀରେ ଟାଙ୍କି ସଫା କରୁଥିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ଶ୍ରମିକଙ୍କ ଜୀବନ

Published By : Prameya-News7 Bureau | November 06, 2021 IST

ଗାନ୍ଧିନଗର ୦୬/୧୧ : ଗୁଜୁରାଟର ଗାନ୍ଧିନଗରର ଏକ କମ୍ପାନୀରେ ବଡ ଧରଣର ଦୁର୍ଘଟଣା ଘଟିଛି । କେମିକାଲ କମ୍ପାନୀରେ ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗାନ୍ଧିନଗରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ।

ମିଳିଥିବା ସୂଚନା ଅନୁସାରେ, ୫ ଜଣ ଶ୍ରମିକ ଉକ୍ତ କମ୍ପାନୀରେ ମଇଳା ହୋଇଥିବା ଏକ ଟାଙ୍କିର ମଇଳା ସଫା କରିବା ପାଇଁ ଭିତରକୁ ପସିଥିଲେ । ଭିତରେ  ସଫା କରୁଥିବା ସମୟରେ ନିଶ୍ବାସ ପ୍ରଶ୍ବାସ ନେବା​‌ରେ ଅସୁବିଧା ଅନୁଭବ କରିଥିଲେ ୫ ଜଣ । ତେବେ ଟାଙ୍କିର ଗହିର ଅଧିକ ଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ଯାହା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ପ୍ରାଣବାୟୁ ଉଡିଯାଇଛି ।

ଗାନ୍ଧିନଗର ଜିଲ୍ଲା ଖଟରାଜରେ ଥିବା ଏକ କେମିକାଲ କମ୍ପାନୀରେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ମଧ୍ୟରୁ ଶବଗୁଡିକୁ ବାହାରକୁ ଆଣିଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଏଭଳି ଅଘଟଣ ପରେ କମ୍ପାନୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.