Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମଠ ମହନ୍ତ ଅପହରଣ ଘଟଣାର ପର୍ଦ୍ଦାଫାଶ : ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ

22/06/2020 at 3:59 PM

ସୁବର୍ଣ୍ଣପୁର ୨୨।୬: ମଠ ମହନ୍ତକୁ ସମ୍ପତ୍ତି ଲୋଭରୁ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅପହୃତ ମହନ୍ତଙ୍କୁ ବରପାଲିରୁ ଉଦ୍ଧାର କରିଛି ସୋନପୁର ଜିଲ୍ଲା ପୋଲିସ  । ମାଷ୍ଟର ମାଇଣ୍ଡ ସହିତ ୫ ଜଣଙ୍କୁ ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସହାଜବାହାଲ ଗୋପାଳଜୀ ମଠର ମହନ୍ତ ତନ୍ମୟାନନ୍ଦ ଦାଶଙ୍କୁ ଗତ ୧୮ ତାରିଖରେ ମଠରୁ କେହି ଅପହରଣ କରିନେଇଥିଲା ।

ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାକୁ ଗୁରୁତ୍ବ ସହିତ ନେଇ ପୋଲିସର ୩ ଟିମ୍ ଗଠନ କରିଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରି ବରଗଡ ଜିଲ୍ଲା ବରପାଲିଠାରୁ ପୋଲିସ ମହନ୍ତଙ୍କୁ ଉଦ୍ଧାର କରିବା ସହିତ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି ସୋନପୁର ଜିଲ୍ଲା ପୋଲିସ ।

ଏଥିରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁର ମଣ୍ଟୁ ଓରଫ ଶମ୍ଭୁ ପ୍ରସାଦ ଦାସ ଏବଂ ଅପହରଣରେ ସଂପୃକ୍ତ ଥିବା ଏହି ଗାଁର ଓଁ ପ୍ରସାଦ ପ୍ରଧାନ, ଚନ୍ଦନ ପ୍ରଧାନ, ଫୁଲମୁଠୀ ଗାଁର ସୁରନ୍ଦର କୁମାର ଦାସଙ୍କ ସହିତ ବରପାଲି ଗାଁର ମହନ୍ତକୁ ରଖିଥିବା ଘର ମାଲିକ ବିଦ୍ୟାଧର ପ୍ରଧାନକୁ ମଧ୍ୟ ପୋଲିସ ଗିରଫ କରିଛି । ତାଙ୍କଠାରୁ ୨ ଟି ବାଇକ୍ ଓ ୫ଟି ମୋବାଇଲ ମଧ୍ୟ ଜବତ ହୋଇଛି  । ଏ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

   Related Posts