କମ୍ବିଂ ବେଳେ ଯବାନ-ମାଓବାଦୀ ଗୁଳିବିନିମୟ : ମାଓବାଦୀଙ୍କ ଗୁଳିରେ ୫ ଯବାନ ସହିଦ

Published By : Prameya-News7 Bureau | April 03, 2021 IST

ମାଲକାନଗିରି ୩।୪: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ୫ ଯବାନ ସହିଦ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଓ ସିଆରପିଏଫ ବାହିନୀର ଜବାନମାନେ ମିଳିତ ଭାବେ କମ୍ବିଂ ଅପରେସନ  ଆରମ୍ଭ କରିଥିଲେ । ଜବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।  ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିବା  । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି।  ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.