ଡକାୟତି ଉଦ୍ୟମ ପଣ୍ଡ : ଧରାପଡିଲେ ୫ ଆନ୍ତଃରାଜ୍ୟ ଡକାୟତ

Published By : Prameya-News7 Bureau | August 08, 2019 IST

ଯାଜପୁର ୮|୮: ସୁନା ଦୋକାନରୁ ଡକାୟତି ପାଇଁ ଉଦ୍ୟମ ପଣ୍ଡ ହୋଇଛି । ଯାଜପୁର ରୋଡ୍ ପୋଲିସ ହାତରେ ଧରା ପଡିଛନ୍ତି ୫ ଆନ୍ତଃରାଜ୍ୟ ଡକାୟତ ଓ ଆଉ ଜଣେ ସୋବରା ଅଞ୍ଚଳର ମୋବାଇଲ୍ ଦୋକାନୀ ତଥା ଲୁଟ୍ ସାମଗ୍ରୀ ବିକ୍ରେତା । ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ୪ଟି ବାଇକ୍ ସହିତ ୫ଟି ଲାପଟପ୍, ୪୮ଟି ମୋବାଇଲ ଫୋନ୍, ୨ଟି କ୍ୟାମେରା, ଗୋଟିଏ ଏଲଇଡି ଟିଭି ଓ ଲୁଟ୍ ସୁନାଗହଣା ଜବତ ହୋଇଛି । 

{"id":142231}

ଗିରଫ ଡକାୟତଙ୍କ ନାମରେ ପୃଥକ ପୃଥକ ୬ଟି ସ୍ଥାନରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଡକାୟତ ଗ୍ୟାଙ୍ଗ ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଏକ ସୁନାଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ  । ଯାଜପୁର ରୋଡ୍ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକ ଅପରାଧିଙ୍କୁ ବାଳ ଅପରାଧ ସେଲକୁ ପଠାଇଦେଇଛନ୍ତି ।

{"id":142232}

ସୂଚନା ଅନୁସାରେ ଏମାନେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଏମାନେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟ୍ କରିବା ଉପରେ ଗୁରୁତ୍ବ ଦେଇଥାନ୍ତି । ଡକାୟତ ମାନେ ଚୋରୀ ସାମଗ୍ରୀକୁ ନେଇ ସୋବରାର ଏକ ମୋବାଇଲ୍ ଦୋକାନରେ ବିକ୍ରି କରିଥାନ୍ତି । ସଂମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଫେରାର ଆସାମୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.