ବ୍ୟାଙ୍କ୍ ଡକାୟତି ଯୋଜନା ପଣ୍ଡ ; ୬ ଆନ୍ତଃରାଜ୍ୟ ଡକାୟତ ଗିରଫ

Published By : Prameya-News7 Bureau | December 19, 2018 IST

ନିଆଳି ୧୯|୧୨:  ବ୍ୟାଙ୍କ୍‌ ଡକାୟତି ଯୋଜନା ପଣ୍ଡ । ଡକାୟତି ଯୋଜନା କରୁଥିବା ବେଳେ ଧରିଲା ୬ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ କଟକ ଗୋବିନ୍ଦପୁର ପୋଲିସ ଗିରଫ କରିଛି । ଡିମିରି ପଞ୍ଚାୟତ ପଣ୍ଡା ବଗିଚା ନିକଟରୁ ଏମାନଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ଏହି ଗ୍ୟାଙ୍ଗ୍ ଇଣ୍ଡିଆନ୍ ବ୍ୟାଙ୍କରୁ ଡକାୟତି ପାଇଁ ଯୋଜନା କରୁଥିଲେ । ଏମାନଙ୍କ ନିକଟରୁ ମାଉଜର, ଗୁଳି, ବିଭିନ୍ନ ମାରଣାସ୍ତ୍ର, ଦୁଇଟି ବାଇକ୍ ସହ ମୋବାଇଲ ଜବତ କରାଯାଇଛି । ଏହି ଗ୍ୟାଙ୍ଗ୍‌ ସହ ଧସ୍ତାଧସ୍ତି ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବଚନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.