ବାଲେଶ୍ବର ଚାନ୍ଦିପୁର ବେଳାଭୂମିରେ ଅଘଟଣ ; ଜୁଆରରେ ଭାସିଯାଇ ବାଲିରେ ପୋତି ହୋଇଗଲେ ୫ ଯୁବକ

Published By : Prameya-News7 Bureau | November 23, 2018 IST

ବାଲେଶ୍ବର ୨୩|୧୧:  ବାଲେଶ୍ବର ଚାନ୍ଦିପୁର ବେଳାଭୂମିରେ ଅଘଟଣ ଘଟିଛି। ଜୁଆରରେ ଭାସିଯାଇ ବାଲିରେ ପୋତି ହୋଇଗଲେ ୫ ଜଣ ଯୁବକ। ଚାନ୍ଦିପୁର ବେଳାଭୂମିରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଭାବେ ୫ ଜଣ ଯୁବକଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ । ଏହି ଯୁବକ ମାନେ ସମୁଦ୍ରରେ ଗାଧୋଉଥିବା ବେଳେ ଜୁଆରରେ ଭାସିଯାଇ ବାଲିରେ ପୋତି ହୋଇଯାଇଥିଲେ। ତେବେ ସେମାନଙ୍କୁ  ଏନଡିଆରଏଫ ଉଦ୍ଧାର କରିଛି। ସେମାନଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.