ମାଛ ଚାଷ ଓ ମାଛ ଧରା ଲିଜ୍‌କୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ୫ରୁ ଅଧିକ ଆହତ

Published By : Prameya-News7 Bureau | July 11, 2021 IST

ସାନଖେମୁଣ୍ଡି ୧୧।୭: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ପାଇକଯମୁନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ପୋଖରୀରେ ମାଛ ଚାଷ ଓ ମାଛ ଧରା ଲିଜକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ୫ରୁ ଅଧିକ ପୁରୁଷ ଆହତ ହୋଇଛନ୍ତି ।

ରବିବାର ସକାଳେ ଲିଜ୍ ଧାର୍ଯ୍ୟ କରିବା ପାଇଁ ଗାଁରେ ବୈଠକ ବସିଥିଲା । ହେଲେ ୨ ଗୋଷ୍ଠୀ ଭିତରେ ବଚସା ଓ ପରେ ମାରପିଟ ଘଟିଥିଲା। ଗଣ୍ଡଗୋଳରେ ଆହତମାନଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏସ୍ଆଇ ଅର୍ଜୁନ କହଁର, ଏସ୍ଆଇ ଆର୍. ଶଙ୍କର ରାଓଙ୍କ ସଦଳବଳେ ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.