ମାଟି ଖୋଳାକୁ ନେଇ ଦୁଇ ସାହି ମଧ୍ୟରେ ଗୋଷ୍ଟୀ ସଂଘର୍ଷ , ୫ ଆହତ

Published By : Prameya-News7 Bureau | December 21, 2019 IST

ଆଠଗଡ ୨୧।୧୨:  ମାଟିଖୋଳାକୁ ନେଇ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଆଠଗଡ ଖୁଣ୍ଟୁଣି ଥାନା ଖଣ୍ଡବନ୍ଧ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ପଟୁ ପାଞ୍ଚଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆଠଗଡ ମେଡିକାଲରେ ଚିକିତ୍ସାଳୟ ପାଇଁ ଭର୍ତ୍ତି କରାଯାଇଛି ।

{"id":200768,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖଣ୍ଡବନ୍ଧ ଗାଁରେ ଏକ ସ୍ଥାନରୁ ମାଟିଖୋଳା ହୋଇ ରେଙ୍ଗାଲି କେନାଲକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । କିନ୍ତୁ ଗୋଟିଏ ସାହି ଅନ୍ୟ ସାହିକୁ ମାଟି ଖୋଳିବାକୁ ବାରଣ କରିବା ସହ ସେ ଜାଗା ତୁମର ନୁହେଁ ବୋଲି ମାଟି ଖୋଳାକୁ ରୋକିଥିଲେ । ଯାହାଫଳରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।  ଘଟଣାସ୍ଥଳରେ ମାଟି ଖୋଳା ପାଇଁ ଥିବା ଜେସିବି ମେସିନକୁ ଭଙ୍ଗି ଦେଇଥିଲେ । ସାହି ମଧ୍ୟରେ ଗଣ୍ଡଗୋଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଖୁଣ୍ଟୁଣି ଥାନା ପୋଲିସ ମୁତୟନ ଅଛନ୍ତି ।

{"id":200769,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.