ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୫ ଜଣ ଆହତ

Published By : Prameya-News7 Bureau | October 17, 2019 IST

ଆନନ୍ଦପୁର ୧୭|୧୦: ୫୩ ନମ୍ବର ରାଜ୍ୟ ରାଜପଥର ବଞ୍ଚୋ ଛକଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଦୁଇଟିରେ ଯାଉଥିବା ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣ  ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କ ମଧ୍ୟରେ ଜଣେ କଲେଜ ଛାତ୍ରୀ ରହିଛନ୍ତି । ଗୁରୁତର ନନ୍ଦିପଦା ଥାନା ସଙ୍ଖୋ ଗାଁର ଝୁନୁ ଦାସ ଓ ବଞ୍ଚୋ ଗାଁର ବସନ୍ତ ବେହେରା । ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମସ୍ତ ଆହତଙ୍କୁ ଉଦ୍ଧାର କରି  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.