ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୫ଜଣ ଆହତ

Published By : Prameya-News7 Bureau | January 03, 2019 IST

ଜଗତସିଂହପୁର ୦୩|୦୧: କଂକ୍ରିଟ୍ ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗୋଷ୍ଠୀ ସଂଘର୍ଷ ଫଳରେ ୫ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପିମ୍ପଳମାଧବ ପଞ୍ଚାୟତ ଓତଳ ଗାଁର ଏଭଳି ଘଟଣା ଘଟିଛି । ଗୁରୁତର ବାଲିବିଲ ଗାଁର ବସନ୍ତ ମହାନ୍ତିଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ଓତଳ ଓ ଏହାର ପଡା ଗ୍ରାମ ବାଲିବିଲ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏନେଇ ତିର୍ତ୍ତୋଲ ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସାମାନ୍ୟ ଆହତ ୪ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.