ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ : ଭାରତର ଏହି ୫ ଖେଳାଳିଙ୍କ ଉପରେ ରହିଛି ସାରା ଦୁନିଆର ନଜର

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ଆରମ୍ଭ ହୋଇସାରିଛି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟିମର ୫ ଜଣ ଖେଳାଳିଙ୍କ ଉପରେ ପୁରା ଦେଶର ନଜର ରହିଛି । ଆସନ୍ତୁ ଜାଣିବା ସେ ୫ଜଣ ଖେଳାଳି କିଏ :

{"id":127750}

ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଚଳିତ ବିଶ୍ୱକପରେ ଜୋରଦାର ପ୍ରଦର୍ଶନ କରିଛନ୍ତି । ଏବେ ପର୍ଯ୍ୟନ୍ତ ଖେଳ ଯାଇଥିବା ୪ଟି ମ୍ୟାଚରେ ସେ ଦୁଇଟି ଶତକ ଓ ଗୋଟି ଅର୍ଦ୍ଧଶତକ କରିଛନ୍ତି । ଆଜି ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

{"id":127744}

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚଳିତ ବିଶ୍ୱକପରେ ଜୋରଦାର ପ୍ରଦର୍ଶନ କରୁଛନ୍ତି । କୋହଲି ଆଫଗାନିସ୍ତାନ ବିରୋଧରେ ୬୭ ରନ କରିଥିଲେ । କୋହଲି ଦଳର ୩ ନମ୍ବର ବ୍ୟାଟ୍ସମ୍ୟାନ । କୋହଲି କ୍ରିଜରେ ଅଧିକ ସମୟ ରହି ରନ ସଂଗ୍ରହ କରିବାରେ ମାହିର । 

{"id":127745}

ହାର୍ଦ୍ଧିକ ପାଣ୍ଡ୍ୟା ନିଜ ବ୍ୟାଟିଂ ଓ ବୋଲିଂରେ ୱେଷ୍ଟଇଣ୍ଡିଜ ଟିମକୁ ମାତ ଦେଇପାରନ୍ତି । ସେ ଧୂଆଁଧାର ବ୍ୟାଟିଂ କରି ରନ ସଂଗ୍ରହ କରିଥାନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ହାର୍ଦ୍ଧିକ ପାଣ୍ଡ୍ୟା ବହୁତ ଭଲ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଛି ।

{"id":127746,"width":578,"height":324}

ଯଶପ୍ରୀତ ବୁମରାହାଙ୍କ ବୋଲିଂ ଆଗରେ ବିପକ୍ଷୀ ଦଳ ଏବେ ପର୍ଯ୍ୟନ୍ତ ଆଣ୍ଠେଇ ଆସୁଛନ୍ତି । ଵିକେଟ ନେବାରେ ଯଶପ୍ରୀତ ବୁମରାହା ମାହିର । ଆଫଗାନିସ୍ଥାନ ବିପକ୍ଷରେ ଯଶପ୍ରୀତ ଶଁଦର ବୋଲିଂ କରିଥିଲେ । ଯଶପ୍ରୀତଙ୍କୁ ମ୍ୟାନ ଅଫ ଡ଼ ମ୍ୟାଚ ଟ୍ରଫି ମିଳିଥିଲା । 

{"id":127747,"width":581,"height":325}

ୟୁଜବେନ୍ଦ୍ର ଚହଳ ଆଫଗାନିସ୍ଥାନ ବିପକ୍ଷରେ ଜୋରଦାର ବୋଲିଂ କରିଥିଲେ । ସେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଚକ୍ମା ଦେଇପାରନ୍ତି ବୋଲି ଆଶା କରାଯାଉଛି । ସେ ଧୂଆଁଧାର ବ୍ୟାଟ୍ସମ୍ୟାନ ମାନଙ୍କୁ ମଧ୍ୟ ନିଜ ଜାଲରେ ଫସାଇ ଦେଇଥାନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

{"id":127748,"width":577,"height":323}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.