ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ, ନିଯୁକ୍ତ ହେଲେ ୫ ଟ୍ରେନି ଆଇଏଏସ

Published By : Prameya-News7 Bureau | September 13, 2019 IST

ଭୁବନେଶ୍ବର ୧୩|୯: ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ୫ ଆଇଏଏସଙ୍କୁ ନିଯୁକ୍ତ କଲେ ସରକାର । ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି କହିଲେ  ଜିଲ୍ଲାପାଳ ।

ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟରେ ୫ ଟ୍ରେନି ଆଇଏଏସ।ଏମାନେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ। ୨୦୧୮ ବ୍ୟାଚର ୫ ଶିକ୍ଷାନବିଶ ଆଇଏଏସଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଛି | ଏହି ଆଇଏଏସମାନେ ହେଲେ, ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ.ଶୁଭଙ୍କର ମହାପାତ୍ର,  କୀର୍ତ୍ତିଭାସନ୍ ଭି, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ | ଆଜି କାର୍ଯ୍ୟରେ ଯୋଗଦେବା ପର୍ବରୁ ସେମାନେ ଲୋକସେବା ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟି ସେମାନଙ୍କ ନୂତନ ଦାୟିତ୍ବ ସମ୍ପର୍କରେ ଅବଗତ ହୋଇଥିଲେ ।  

ଏହି ନୂତନ ଆଇଏଏସ୍ ଅଫିସରମାନଙ୍କ  ଦାୟିତ୍ବ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି, ସେମାନେ ବିସ୍ଥାପନ ଏବଂ ଥଇଥାନ କାର୍ଯ୍ୟ,  ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ସହ ଆଲୋଚନା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିବେ ।

ପୁରୀ ସହରରର ଏହି ନବକଳେବର କାର୍ଯ୍ୟ ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ଉଦ୍ୟମ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକାଶଥାଉକି, ପୁରୀ ସହରର ବିକାଶ ପାଇଁ ରାଜ୍ୟ ସରକାର  ପ୍ରଥମ ପର୍ଯ୍ୟାୟରେ ଅବଢା ଯୋଜନାରୁ ୨୬୫ କୋଟି ଟଙ୍କା ଏବଂ  ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ୫୯୫ କୋଟି ମଞ୍ଜୁର କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.