Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାନିଲେ ନାହିଁ କଟକଣା : ୫ଶହରୁ ଅଧିକ ଲୋକଙ୍କ ସମାବେଶ, କଣ୍ଟ୍ରାକ୍ଟର ବାବୁଙ୍କ ବାହାଘର ଭିଡିଓ ଭାଇରାଲ

13/07/2020 at 11:05 AM

ପଟ୍ଟାମୁଣ୍ଡାଇ ୧୩।୦୭:  କରୋନା ପାଇଁ ଚାରିଆଡେ କଟକଣା ଓ ସଚେତନତା । କିପରି ଏହା ମହାମାରୀରୁ ନିଜକୁ ରକ୍ଷା କରିବା , ସେଥିପାଇଁ ପ୍ରତିଦିନ କିଛିନା କିଛି ଯୋଜନା ପ୍ରସ୍ତୁତ କରାଯାଉଛି । ଆବଶ୍ୟକ ଥିଲେ ଘରୁ ବାହାରନ୍ତୁ, ନେହେଲେ ଆଦୌ ପଦାକୁ ଆସନ୍ତୁନାହିଁ ବୋଲି ସରକାର କହୁଛନ୍ତି । ଖାସ୍‌ କରି ବେଶୀ ଗହଳି ଥିବା ସ୍ଥାନମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।  କରୋନା କଟକଣାକୁ ଫୁ କରିଦେଲେ କଣ୍ଟ୍ରାକ୍ଟର ବାବୁ । ପ୍ରଥମେ ଗଞ୍ଜାମ, ଗତକାଲି ପଟ୍ଟାମୁଣ୍ଡାଇ ଏବଂ ଆଜି ଆଳିର ଏକ ଦୃଶ୍ୟ ।  ୫ଶହରୁ ଅଧିକ ଲୋକ ଏକାଠି ହୋଇଛନ୍ତି,  ଜନସମାବେଶ ଚାଲିଛି । ଆଉ ଏମାନଙ୍କୁ ଏକାଠି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁର ହରେକୃଷ୍ଣ ଧଳ ନାମରେ ଜଣେ ବ୍ୟକ୍ତି ।

ହରେକୃଷ୍ଣ ଧଳଙ୍କ ସହ ନିଜେ ସରପଞ୍ଚ ଅଛନ୍ତି ଏହି ଗାଁ  ବୈଠକରେ । କଣ୍ଟ୍ରାକ୍ଟର ହରେକୃଷ୍ଣ ଧଳଙ୍କ ନାଁରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ସେ ନିଜେ ଜୁନ ୨୫ ତାରିଖରେ ଡିଜେ ବଜାଇ , ବାଣ ଫୁଟାଇ, ଶହ ଶହ ଲୋକଙ୍କ ସମାବେଶରେ ବର ସାଜି ବାହା ହୋଇଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ପ୍ରଶ୍ନ ଉଠୁଛି ଏନେଇ ସ୍ଥାନୀୟ ପୋଲିସ କି ପ୍ରଶାସନ ପାଖରେ କିଭଳି ଖବର ନଥିଲା । ତେବେ ଆସନ୍ତୁ ଦେଖିବା କିପରି କରୋନା ନିୟମକୁ କରାଯାଇଥିଲା ବେଖାତିର…

   Related Posts