Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ତିନୋଟି ପରିବାରର ୫ବଖରା ଘର

11/08/2019 at 12:18 PM

ବାସୁଦେବପୁର ୧୧|୮:  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବାଲିମେଦ ପଂଚାୟତର ପୁରୁଷୋତମପୁର ଗ୍ରାମର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବା ବେଳେ ସମସ୍ତ ଘର ପୋଡି ପାଉଁଶ ହୋଇଯାଇଥିଲା। ଘରର ସମସ୍ତ ଆସବାବପତ୍ର ସହିତ ସମସ୍ତ ସରକାରୀ କାଗଜପତ୍ର ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ବସୁଦେବପୁର ଦମକଳବାହିନୀ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଂଚି ମଧ୍ୟ ନିଅଁ।କୁ ଆୟତ କରିଥିଲା । ଘର ମଧ୍ୟରେ ଥିବା ବିଦ୍ୟୁତ୍ ବୋର୍ଡରୁ ସର୍ଟ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ହୋଇଥିବା ବିପନ୍ନ ପରିବାର କହିଛନ୍ତି । ସ୍ଥାନୀୟ ଆରଆଇ ଘଟଣାର ତଦନ୍ତ କରି ଯାଇଥିବା ବେଳେ ମଧ୍ୟ କୌଣସି ସରକାରୀ ସାହାଯ୍ୟ ତାଙ୍କୁ ମିଳିପାରିନଥିବା ବିପନ୍ନ ପରିବାର ଲୋକେ ଅଭିଯୋଗ କରିଛନ୍ତି । 

   Related Posts