ଜମି ବିବାଦର ସମାଧାନ ପାଇଁ ଆସିଲେ ପୋଲିସ ; ୫ଘଣ୍ଟାରୁ ଅଧିକ ସମୟ ଗ୍ରାମବାସୀଙ୍କ ଦ୍ବାରା ଅଟକ
26/01/2020 at 5:15 PM

କୋଣାର୍କ ୨୬।୦୧: ଜମି ବିବାଦକୁ ତୁଲାଇବାକୁ ଆସି ଫସିଲା ପୋଲିସ । ୫/୬ ଘଣ୍ଟା ଧରି ପୋଲିସକୁ ଅଟକ ରଖିଲେ ବେଣିପୁର ଗାଁର ଜଗବନ୍ଧୁ ଓ ଗ୍ରାମବାସୀ । ଦୀର୍ଘଦିନ ହେଲା ଏକ ଜମିକୁ ନେଇ ଗାଁର ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲେ ।

ପୁରୀ ଗୋପ ବ୍ଲକ ଅନ୍ତର୍ଗତ ବେଣିପୁରି ଗାଁରେ ଜଗବନ୍ଧୁ ରାଉତ ଏବଂ ପୂର୍ଣ୍ଣ ଚନ୍ଦ୍ର ପରିଡା ମଧ୍ୟ୍ୟ ରେ ବିବାଦ ଲାଗିଥିଲା । ଉଭୟ ପକ୍ଷରୁ ଗୋପ ଥାନାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ପୋଲିସ ଗାଁର ମୁଖିଆଙ୍କୁ ଏହାର ସମାଧାନ କରିବା ପାଇଁ ଦାୟିତ୍ବ ଦେଇଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳିନଥିଲା l

ଜଗବନ୍ଧୁ ରାଉତ ପେର ସେହି ବିବାଦୀୟ ଜମିରେ ଜବରଦସ୍ତ ଘର ତୋଳିବା ଆରମ୍ଭ କରିଥିଲେ। ଘର ନିର୍ମାଣକୁ ପ୍ରତିବାଦ କରି ପ୍ରତିପକ୍ଷ ପୂର୍ଣ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ସମେତ ଦୁଇ ଏସଆଇ ଏବଂ ଚାରି କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀ ସହିତ ଜଗବନ୍ଧୁ ପରିବାର ମିଶି ପୋଲିସକୁ ପାଞ୍ଚରୁ ଛଅ ଘଣ୍ଟା ଧରି ଅଟକ ରଖିଥିଲେ ।
