ଘରେ ପ୍ରାକୃତିକ ଉପାୟରେ ବନାନ୍ତୁ ସ୍ପ୍ରେ : ଚୁଟକି‌ରେ ଦୂର ହେବେ ମଶା , ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

Published By : Prameya-News7 Bureau | September 13, 2020 IST

ବର୍ଷା ଦିନେ ବ୍ୟାପୁଥିବା ମଶା ନିଜ ସହ ମ୍ୟାଲେରିଆ,ଚିକନଗୁନିଆ ଏବଂ ଡେଙ୍ଗୁ ଭଳି ଭୟଙ୍କର ରୋଗ ନେଇ ଆସିଥାଏ। ଘର,ପାର୍କ କିମ୍ବା ଗଳି ହେଉ ମଶା ଆପଣଙ୍କର କେଉଁଠି ବି ପିଛା ଛାଡ଼ି ନଥାନ୍ତି। ମଶାଙ୍କୁ ମାରିବା ପାଇଁ ବଜାରରେ ଅନେକ କେମିକାଲ୍ ସ୍ପ୍ରେ ଉପଲବ୍ଧ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁମାନଙ୍କର ଶ୍ବାସ ଜନିତ ସମସ୍ୟା ରହିଛି ତାଙ୍କ ପାଇଁ ସ୍ପ୍ରେ କେତେ ମାତ୍ରାରେ ଘାତକ ସାବ୍ୟସ୍ତ ହୋଇଥାଏ।

ଏଗୁଡ଼ିକ ବଦଳରେ ଯଦି ଆପଣ ହର୍ବାଲ୍ କିମ୍ବା ନାଚୁରାଲ୍ ସ୍ପ୍ରେ ବ୍ୟବହାର କରିବେ ତେବେ ଛୋଟ ପିଲା ବୟସ୍କଙ୍କ ସ୍ବାସ୍ଥ୍ୟକୁ କୌଣସି ହାନି ପହଞ୍ଚିବ ନାହିଁ। ଏହା ସହିତ ଅନେକ କମ୍ ଟଙ୍କାରେ ଆପଣଙ୍କୁ ମଶାରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ଏହି ପ୍ରଭାବଶାଳୀ ସ୍ପ୍ରେ ବିଷୟରେ ଯାହାକୁ ଆପଣ ଚାହିଁଲେ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ।

ମଶା ମାରିବା ପାଇଁ ଲେମନ ଇୟୁକାଲିପଟାସ୍ ଅୟେଲ୍ ବହୁତ କାମରେ ଆସିଥାଏ। ୯୦ଏମଏଲ୍ ନଡ଼ିଆ କିମ୍ବା ଅଲିଭ ଅୟେଲରେ ୧୦ଏମଏଲ୍ ଲେମନ୍ ଇୟୁକାଲିପଟାସ୍ ଅୟେଲ୍ ମିଶାନ୍ତୁ। ଏହା ପରେ ଏହାକୁ କୌଣସି ବୋତଲରେ ବନ୍ଦ କରି ସ୍ପ୍ରେ ସାହାଯ୍ୟରେ ଘରର କୋଣରେ ଛାଟନ୍ତୁ। ଆପଣ ଚାହିଁଲେ ଏହି ତେଲକୁ ଶରୀରରେ ମଧ୍ୟ ଲଗାଇ ପାରିବେ। ସ୍ପ୍ରେ ଲିକୁଇଡକୁ ପତଳା କରିବା ପାଇଁ ଏଥି​‌ରେ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ।

ନିମ୍ବର କଡ଼ା ବାସ୍ନାରେ ମଶା ଦୂରେଇ ଯାଇଥାନ୍ତି। ନିମ୍ବ ତେଲରେ ଥିବା ପ୍ରାକୃତିକ ତତ୍ତ୍ବ ମଶାକୁ ଆପଣଙ୍କ ପାଖକୁ ଆସିବାକୁ ଦିଏ ନାହିଁ। ନିମ୍ବ ଏବଂ ନଡ଼ିଆ ତେଲର ମିଶ୍ରଣ ମଶାକୁ ଘଉଡ଼ାଇବା ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ୩୦ଏମଏଲ ନଡ଼ିଆ ତେଲରେ ନିମ୍ବ ତେଲ ମାତ୍ର ୧୦ବୁନ୍ଦା ମିଶାନ୍ତୁ। ଏହା ପରେ ଅଳ୍ପ ଗରମ ପାଣି କିମ୍ବା ବୋଡକା ମିଶାନ୍ତୁ ଏବଂ ପୂରା ଘରେ ଛିଞ୍ଚି ଦିଅନ୍ତୁ।

ଅନେକ ଔଷଧୀୟ ଗୁଣରେ ଭରା ଟି ଟ୍ରି ଅୟେଲ୍ ମଧ୍ୟ ଆପଣଙ୍କ କାମରେ ଆସିବ। ଏଥିରେ ଥିବା ଆଣ୍ଟି ସେପ୍ଟିକ୍ ଏବଂ ଇନଫ୍ଲାମେଟେରି ତତ୍ତ୍ବ ମଶାର ବିଷାକ୍ତ ଡଙ୍କକୁ ପ୍ରଭାବହୀନ କରିଦେବ। ଏହାର କଡ଼ା ସୁଗନ୍ଧ ମଶାଙ୍କୁ ଘରକୁ ଆସିବାକୁ ଦେବ ନାହିଁ। ୩୦ଏମଏଲ ନଡ଼ିଆ ତେଲରେ ୧୦ ବୁନ୍ଦା ଟି ଟ୍ରି ଅୟେଲ୍ ମିଶାନ୍ତୁ। ଏହା ପରେ ହାଲୁକା ପାଣି ଏବଂ ବୋଡକା ସାମିଲ କରି ମଶାଙ୍କୁ ଘଉଡ଼ାଇବାର ଜବରଦସ୍ତ ହୋମ୍ ମେଡ ଫର୍ମୁଲା ଅବଲମ୍ବନ କରନ୍ତୁ।

ଲାଭେଣ୍ଡରର ମହକ ମଶାଙ୍କୁ ଘର ବାହାରେ ରଖିଥାଏ। ଏହି କାରଣରୁ କିଛି ଲୋକ ଘରେ ଏହି ଚମତ୍କାର ଗଛ ରଖିଥାନ୍ତି। ଆପଣ ଚାହିଁଲେ ଲାଭେଣ୍ଡର ତେଲକୁ ଲେମନ୍ ଜୁସରେ ମିଶାଇ ମଶାଙ୍କୁ ଘଉଡ଼ାଇବା ପାଇଁ ସ୍ପ୍ରେ କରି ପାରିବେ। ଏଥିରେ ଆପଣ ଫ୍ଲେଭର ପାଇଁ ଅଳ୍ପ ଭାନିଲା ମିଶାଇ ପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ୩-୪ ଟେବୁଲ୍ ସ୍ପୁନ ଲେମନ୍ ଜୁସ୍,୩-୪ଟେବୁଲ୍ ସ୍ପୁନ୍ ଭାନିଲା ଏବଂ ଲାଭେଣ୍ଡର ଅୟେଲ୍ ୧୦-୧୨ବୁନ୍ଦା କୌଣସି ବୋତଲରେ ପୂରାଇ ଭଲ ଭାବେ ମିଶାଇବେ ଏବଂ ଘରେ ସ୍ପ୍ରେ କରିବେ।

ମଶାଙ୍କୁ ଘଉଡ଼ାଇବା ପାଇଁ ଆପଣ ଲେମନଗ୍ରାସ୍ ଏବଂ ରୋଜମେରି ଅୟେଲ୍ ମଧ୍ୟ ବ୍ୟବହାର କରି ପାରିବେ। ଘରେ ଏହାର ସ୍ପ୍ରେ ପ୍ରସ୍ତୁତ କରିବା ପାଇଁ ୬୦ଏମଏଲ୍ ନଡ଼ିଆ କିମ୍ବା ଅଲିଭ ଅୟେଲରେ ଲେମନଗ୍ରାସ୍ ଏବଂ ରୋଜମେରୀ ତେଲର ୧୦ବୁନ୍ଦା ପକାନ୍ତୁ। ଏବେ ପ୍ରସ୍ତୁତ ଲିକୁଇଡକୁ ଘରେ ସ୍ପ୍ରେ କରି ଦିଅନ୍ତୁ। ଏପରି କରିବା ଦ୍ବାରା ମଶା କେବେ ବି ଘରେ ପଶିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.