ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୫ ଯାତ୍ରୀ ଗୁରୁତର

Published By : Prameya-News7 Bureau | February 11, 2020 IST

ସମ୍ବଲପୁର ୧୧।୨: ସମ୍ବଲପୁର ରେଢାଖୋଲ ଲମଖେତା ଓ ଆମଦର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୋମବାର ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସମ୍ବଲପୁର ରେଢାଖୋଲ ରାସ୍ତାର ଲମଖେତା ଓ ଆମଦରଠାରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଦୁର୍ଘଟଣା ଫଳରେ ୫ ଯାତ୍ରୀ ଗୁରୁତର ହୋଇଥିବା ବେଳେ ବସ୍ ଓ ଟ୍ରକର ଡ୍ରାଇଭର ଚାପିହୋଇ ଗୁରୁତର ଆହତ ଥିବା ସୂଚନା ମିଳିଛି । ଉଭୟ ଡ୍ରାଇଭର ଓ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବୁର୍ଲା ବଡ ମେଡିକାଲକୁ ପଠାଇଛନ୍ତି । ଗରୁଡ ନାମକ ବସ୍ ରେଢାଖୋଲ ପଟୁ ସମ୍ବଲପୁର ଆସୁଥିବାବେଳେ ଟ୍ରକଟି ସମ୍ବଲପୁର ପଟୁ ରେଢାଖୋଲ ଆଡକୁ ଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.