Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ସିଆରପିଏଫ ଛକରେ ଅଭିଯୁକ୍ତ ୨ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣା, ୫ଗିରଫ

7/03/2021 at 9:00 AM

ଭୁବନେଶ୍ୱର ୦୬।୦୩: ରାଜଧାନୀ ସିଆରପିଏଫ ଛକରେ ହତ୍ୟା ଘଟଣା । ମାମଲାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସାଗର ପୃଷ୍ଟି, ସୁଧୀର ପୃଷ୍ଟି ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ସଂପର୍କରେ ଭାଇ ।

ସେହିପରି ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣାରେ ଆକ୍ସନ । ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗଣମାଧ୍ୟମରେ ପ୍ରସାରିତ ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଏନେଇ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ।   

ଖବର ଅନୁଯାୟୀ, ଶନିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରର ସିଆରପି ଛକରେ ଦାଦା ବଟିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା । ସାଲିଆସାହିର ଜଣେ ବ୍ୟକ୍ତିଙ୍କୁ ୨ଜଣ ହତ୍ୟା ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାପରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ୨ଜଣ ନିର୍ଦ୍ଦୁମ ମାଡ଼ ମାରିଥିଲେ । ଏମିତିକି ଘଟଣାସ୍ଥଶଳକୁ ଯାଇଥିବା ପିସିଆର୍‌ ଭ୍ୟାନ୍‌କୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।

ତେବେ ଘଟଣାର ୨୪ଘଣ୍ଟା ନପୂରୁଣୁର ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୨ ଭାଇ ସାଗର ପୃଷ୍ଟି, ସୁଧୀର ପୃଷ୍ଟିଙ୍କୁ ଗିରଫ କରିଛି । ସେପଟେ  ୨ ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣାରେ ୫ଜଣ ଗିରଫ କରିଛି ପୋଲିସ ।

   Related Posts