ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲା : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | June 27, 2019 IST

ଖଲ୍ଲିକୋଟ ୨୭|୬: ଖଲ୍ଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

{"id":127787}

୨୦୧୪ ମେ ୨୭ ତାରିଖରେ ତରୁଣ ଆଚାର୍ଯ୍ୟଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ରାୟ  ପ୍ରକାଶ ପାଇଛି । ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।  ଏବେ ବି ଜଣେ ଫେରାର ଅଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଶ୍ୟାମ ସୁନ୍ଦର ପୃଷ୍ଟି, ସୁରେଶ ଚନ୍ଦ୍ର ସାହୁ, ସନ୍ତୋଷ ମହାରଣା, ରମେଶ ରେଡ୍ଡି, ଶିବରାମ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.