ବାରିପଦା ୨୩|୭: ମୟୁରଭଞ୍ଜ କୁଳିଅଣା ବ୍ଲକ, ଗୌଡରମା ଜିପିର କୁଳିପାଳ ଗାଁ ରେ ୫ଫୁଟ ଲମ୍ବର ନାଗ ଉଦ୍ଧାର ହୋଇଛି। ରବିବାର ରାତିରେ ନାଗସାପଟି ସେହି ଗାଁରେ କଟିଆ ପ୍ରଧାନ ଙ୍କ କୁକୁଡା ଭାଡି ରେ ପଶି ୪ ଟି କୁକୁଡା କୁ ମାରିବା ସହିତ ପ୍ରାୟ ୧ କିଗ୍ରା.ଓଜନର ଗୋଟିଏ କୁକୁଡାକୁ ଗିଳି ପକାଇଥିଲା।
{"id":136445}ତେବେ ଦେହ ଭାରି ହୋଇ ଯିବାରୁ ସାପଟି ନ୍ୟ କେଉଁଆଡେ ଆଉ ଯାଇପାରିନଥିଲା। ସକାଳେ କୁକୁଡା ଭାଡିରେ ନାଗକୁ ଦେଖି ଘରଲୋକେ ଡରି ଯାଇଥିଲେ। ବନ୍ୟପ୍ରାଣୀ ଉଦ୍ଧାରକ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଖବର ପାଇ ସାପଟିକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ। ସାପ ଟିକୁ ଧରିବା ପରେ ସାପଟି ଗିଳିଥିବା କୁକୁଡାକୁ ପୁଣି ଓଗାଳି ପକାଇଥିଲା। ତେବେ ସାପ ଟିକୁ ପୁଣି ଜଙ୍ଗଲରେ ଛାଡି ଦିଆ ଯାଇଛି।