Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ଆଜି ଚାଲିଗଲା ଆଉ ଜଣଙ୍କ ଜୀବନ, କାଲି ଜଳିଥିଲା ୪ ଜୁଇ

5/06/2020 at 11:04 AM

ଝାରସୁଗୁଡା୫/୬: ଝାରସୁଗୁଡା ସହର ନିକଟବର୍ତ୍ତୀ ଲହଣ୍ଡାବୁଡ଼ରେ ସମୂହ ଆତ୍ମହତ୍ୟା ଘଟଣାରେ ଆଜି ଆଉ ଜଣେ ଝିଅର ମୃତ୍ୟୁ ହୋଇଛି।ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ବନ୍ଦିତା ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।ଫଳରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ପରିବାରର ଜଣେ ମାତ୍ର ଝିଅ ଲିଲି ବିଶ୍ବାଳ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛି।ଗତକାଲି ଗୋଟିଏ ଜୁଇରେ ଜଳିଥିଲେ ପରିବାରର୪ ଜଣଙ୍କ ସଦସ୍ୟଙ୍କ ଶବ।ନିଜ ପରିବାର ବନ୍ଧୁ ପ୍ରିୟଜନଙ୍କ ଅନୁପସ୍ଥିତରେ ଅଚିହ୍ନା ଅଜଣା ସ୍ବେଛାସେବୀଙ୍କ ଦ୍ଵାରା ବିଟିଏମ କଲୋନୀର ସ୍ମଶାନ ଘାଟରେ ମା, ଦୁଇପୁତ୍ର ଓ ସାନ ଝିଅ ପିଙ୍କିଙ୍କ ମର ଶରୀରକୁ ଦାହ କରାଯାଇଥିଲା।

ଗୋଟିଏ ପରିବାରର ସାମୂହିକ ଆତ୍ମହତ୍ୟା ନିଷ୍ପତ୍ତିର କରୁଣ ପରିଣତି।୫ ଜଣରୁ ୪ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ଅନ୍ୟ ଜଣେ ଭଉଣୀ ସଂକଟାପନ୍ନ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ବୁଧବାର ବଡ଼ପୁଅ ଶ୍ରୀକାନ୍ତ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ମା ପୁଷ୍ପାଞ୍ଜଳି ବିଶ୍ବାଳ,ସାନ ଝିଅ ପିଙ୍କି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।ଗତ ସୋମବାର ବିଳମ୍ବିତ ରାତିରେ ୨୦୧୮ ମସିହାରେ ଦୁର୍ଘଟଣାର ଶିକାର ହୋଇ ୨ ବର୍ଷ କୋମାରେ ରହି ସାନଭାଇ ଦୀପକ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ସାନ ଭାଇର ମୃତ୍ୟୁରେ ଦୁଃଖ ସହି ନ ପାରି ମା,୩ ଭଉଣୀ ଓ ବଡ଼ ଭାଇ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସମସ୍ତ ଅସୁସ୍ଥଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ସେମାନଙ୍କ ମଧ୍ୟରୁ ଗୋଟିଏ ଭଉଣୀ ଲିଲିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମଙ୍ଗଳବାର ସକାଳୁ ବୁର୍ଲା ପଠାଇ ଦିଆଯାଇଥିଲା।

କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିଲା।ବୁଧବାର ରାତିରେ ହଠାତ୍ ବଡଭାଇ ଶ୍ରୀକାନ୍ତର ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାକୁ ବୁର୍ଲା ପଠାଇ ଦିଆଯାଇଥିଲା।ଗତକାଲି ସକାଳୁ ଶ୍ରୀକାନ୍ତର ବୁର୍ଲାରେ ମୃତ୍ୟୁ ହୋଇଥିଲା।ବର୍ତ୍ତମାନ ପର୍ଯ୍ୟନ୍ତ ଦୀପକ ଓ ଶ୍ରୀକାନ୍ତର ଶବ ସତ୍କାର କରାଯାଇ ପାରି ନଥିବା ବେଳେ ଆଜି ଆଉ ମା ଓ ଝିଅଙ୍କ ମୃତ୍ୟୁ ପରେ ୪ଟି ଶବକୁ କିଭଳି ସତ୍କାର କରାଯିବ ତାହା ବଡ ପ୍ରଶ୍ନ ଭାବେ ଉଭା ହୋଇଥିବା ବେଳେ ସାମ୍ନାକୁ ଆସିଥିଲେ ମୃତକଙ୍କ ସାଙ୍ଗ ଓ ଆଳୀୟ ଖଣ୍ଡାୟତ ସମାଜ।ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ କାହାର ମନରୁ ଲିଭୁନାହିଁ ଏଭଳି ଏକ ଘଟଣା।

   Related Posts