ଏହି ୫ଟି ସ୍ନାକ୍ସ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ : ଅନେକ ରୋଗରୁ ମିଳିବ ମୁକ୍ତି

Published By : Prameya-News7 Bureau | June 20, 2020 IST

ସନ୍ଧ୍ୟା ଜଳଖିଆରେ ଅଧିକାଂଶ ଲୋକ ଚଟପଟି ଏବଂ ଛଣାଛଣି ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଯାହା ଫଳରେ ତାଙ୍କ ଡାୟେଟ ଉପରେ ପ୍ରଭାବ ପଡ଼ିଥାଏ। କିନ୍ତୁ ଏହି ସ୍ନାକ୍ସର ଅପ୍ସନ୍ କମ୍ ମିଳିଥାଏ। ଯଦି ଆପଣ ଚାହୁଁଛନ୍ତି ଯେ ସନ୍ଧ୍ୟାରେ ଭୋକ ନିବାରଣ କରିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ପ୍ରୋଟିନରେ ଭରପୂର ୫ଟି ସ୍ନାକ୍ସ ବିଷୟରେ ଯାହା ପିଲାଙ୍କଠୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତଙ୍କୁ ଭଲ ଲାଗିବ।

{"id":288759,"sizeSlug":"large"}

୧.ମୁଡ଼କୁ : ଡିପ୍ ଫ୍ରାଇଡ ଜିନିଷଠୁ ଭଲ ଆପଣ ବେକ୍ଡ ଜିନିଷକୁ ଖାଇବେ। ରାଗି,ବାଜରା,ମକାରେ ପ୍ରସ୍ତୁତ ମୁଡ଼କୁ ଡିପ୍ ଫ୍ରାଇ କରିବା ବଦଳରେ ବେକ୍ କରି ବନାନ୍ତୁ। ଏହା ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟକର ମଧ୍ୟ ହେବ। ଆପଣ ଚାହିଁଲେ ଏହାର ମୁଡ଼କୁ କିମ୍ବା ଚିପ୍ସ କରି ଖାଇ ପାରିବେ।

{"id":288760,"sizeSlug":"large"}

୨. ଓଟସ୍ ଇଟିଲି : ଚାଉଳ କିମ୍ବା ସୁଜି ବଦଳରେ ଇଟିଲି ବନାଇ ଖାଆନ୍ତୁ  ଏବଂ ସମସ୍ତଙ୍କୁ ଖୁଆନ୍ତୁ। ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ବିଲକୁଲ ନଥାଏ ଏବଂ ପ୍ରୋଟିନର ମାତ୍ରା ସବୁଠୁ ଅଧିକ ରହିଥାଏ। ଏହି ଇଟିଲିର ସ୍ବାଦ ଆପଣ ନଡ଼ିଆ ଚଟଣୀ ଏବଂ ସମ୍ବର ସହ ନେଇ ପାରିବେ।

{"id":288764,"sizeSlug":"large"}

୩. ୟୋଗର୍ଟ ସ୍ମୁଦି : ଗ୍ରୀଷ୍ମ ଦିନର ସନ୍ଧ୍ୟାରେ ସ୍ମୁଦି ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଦହି ସହ ଚିନି ଏବଂ ବେରୀ,ଅଳସୀ ମଞ୍ଜି ନିଅନ୍ତୁ। ଏବେ ଏଗୁଡ଼ିକୁ ପକାଇ ମିକ୍ସିରେ ବାଟି ଦିଅନ୍ତୁ। ଶରୀରରେ ପ୍ରୋଟିନର ଭରପୂର ମାତ୍ରା ପହଞ୍ଚିବ।

{"id":288765,"sizeSlug":"large"}

୪. ସ୍ପ୍ରାଉଟ୍ସ : ସନ୍ଧ୍ୟା ଜଳଖିଆରେ ଆପଣ ଅନେକ ଅଙ୍କୁରିତ ପରିବାକୁ ମିଶାଇ ଚାଟ୍ ବନାଇ ପାରିବେ। ଯେଉଁଥିରେ ଚଣା,ମୁଗ ସହ ବାଦାମ ଏବଂ ସୋୟାବିନକୁ ମଧ୍ୟ ସାମିଲ କରନ୍ତୁ। ଏହା ସ୍ବାସ୍ଥ୍ୟ ପାଇଁ
 ଅତ୍ୟନ୍ତ ଲାଭଦାୟକ।

{"id":288766,"width":590,"height":477,"sizeSlug":"large"}

୫. ରାଗି କୁକିଜ : ଯଦି ଆପଣ ଭାବୁଛନ୍ତି ଯେ ଏହି କୁକିଜ ସାଧାରଣ ବିସ୍କୁଟ୍ ଭଳି ତେବେ ଆପଣ ଭୁଲ୍ ଅଟନ୍ତି। ରାଗିରେ ପ୍ରସ୍ତୁତ ଏହି କୁକିଜରେ କ୍ୟାଲସିୟମର ପ୍ରଚୁର ମାତ୍ରା ରହିଥାଏ। ଯାହା ସନ୍ଧ୍ୟାରେ ଆପଣଙ୍କ ଚା’ସହ ଖାଇବାକୁ ମଜା ଲାଗିବ। ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.