Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

୫ ଟିକ୍‌ଟକ୍ ଷ୍ଟାର୍ସଙ୍କୁ ୨-୨ ବର୍ଷ କାରାଦଣ୍ଡ, ଉତ୍ତେଜକ ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରିଥିବା ଅଭିଯୋଗ

28/07/2020 at 11:20 AM

ନୂଆଦିଲ୍ଲୀ ୨୮/୦୭ : ମିଶରରେ ଟିକଟକ ଓ ଇନ୍ସଟାଗ୍ରାମ ମଡେଲ ଓ ସୋସିଆଲ ଇନଫ୍ଲୁଏନସର୍ଶଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି | ମିଶର ଏକ ଅଦାଲତ ୫ ଟିକଟକ ଷ୍ଟାରଙ୍କୁ ସାର୍ବଜନିକ ନୈତିକତା ଉଲଙ୍ଘନ ଅଭିଯୋଗରେ ୨-୨ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି | କୋର୍ଟଙ୍କ ଅନୁଯାୟୀ, ଏହି ଯୁବତୀମାନେ ଟିକଟକ ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ଯେଉଁସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି ତାହା ଇସ୍ଲାମିକ ଧର୍ମ ଅନୁଯାୟୀ ଅନୁଚିତ ଏବଂ ଏମାନେ ଭିଡିଓରେ ଛୋଟ ଡ୍ରେସ ପିନ୍ଧିଥିଲେ |

ଡେଲି ମେଲ ଖବର ଅନୁଯାୟୀ, ଟିକଟକ ସ୍ତ୍ରା ହନିନ ହୋସମ, ମୋବାଦ-ଅଲ ସମେତ ଆଉ ୩ ଯୁବତୀଙ୍କୁ ୨-୨ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି | ଏମାନେ ମିଶି ଏକ ଭିଡିଓ କରିଥିଲେ ଯାହାକୁ ନେଇ କଟ୍ଟରପନ୍ଥୀ ପୋଲିସ ଅଭିଯୋଗ କରିଥିଲେ | କୋର୍ଟ କହିଛନ୍ତି ଯେ ଏହି ଯୁବତୀମାନେ ସମାଜ ନିୟମ ଉଲଙ୍ଘନ କରିଛନ୍ତି | ଯେଉଁଥିପାଇଁ ଏମାନଙ୍କୁ ସଜା ମିଳିବ ଆବଶ୍ୟକ | ସଜା ଜରିଆରେ ଅନ୍ୟମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଉଛି | ଏମାନଙ୍କ ଉପରେ ପାଖାପାଖି ୧୯ ହଜାର ଆମେରିକୀୟ ଡଲାର ଜରିମାନା ମଧ୍ୟ ଲାଗିଛି |

ହନିନ ହୋସମ କାହିରା ୟୁନିଭର୍ସିଟିର ଛାତ୍ରୀ | ତାଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା | ଅନ୍ୟମାନଙ୍କୁ ଟିକଟକ ଜରିଆରେ ଟଙ୍କା ରୋଜଗାର କରିବାକୁ ପ୍ରୋତ୍ସାହନ କରୁଥିବା ଏକ ଭିଡିଓ ପାଇଁ ତାଙ୍କୁ ଗିରଫ କରାଯାଇଥିଲା | ଭିଡିଓରେ ସେ କହିଥିଲେ ଯେ, ୧୮ ବର୍ଷରୁ ଅଧିକ ବୟସ ଯୁବତୀଙ୍କୁ ସେ ମାସକୁ ଅଢେଇ ହଜାରରୁ ୩ ହଜାର ଡଲାର ରୋଜଗାର କରିବା ଉପାୟ ବତାଉଛନ୍ତି | ମିଶରର ଅନେକ ମାନବବାଦୀ ଓ ଗଣତନ୍ତ୍ର ସମର୍ଥକ ଏହି ଯୁବତୀମାନଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି କିନ୍ତୁ କୋର୍ଟଙ୍କ ନିଷ୍ପତ୍ତିରେ କିଛି ପ୍ରଭାବ ପଡିଲା ଭଳି ନଜର ଆସୁନାହିଁ | ହନିନ କହିଛନ୍ତି ଯେ ସେ ଯୁବତୀମାନଙ୍କୁ ଟିକଟକ ଜରିଆରେ ଟଙ୍କା ରୋଜଗାର କରିବା ଉପାୟ ବତାଉଥିଲେ | କିନ୍ତୁ ପୋଲିସ ସେମାନଙ୍କ ଉପରେ ଡିଜିଟାଲ ସେକ୍ସ ୱାର୍କର ବନାଇବା ପାଇଁ ଯୁବତୀମାନଙ୍କୁ ଉସୁକାଉଥିବା ଅଭିଯୋଗ କରିଛି | ହନିନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ମଧ୍ୟ ଅନେକ ଟ୍ୱିଟ ରହିଛି ଯେଉଁଥିରେ ତାଙ୍କ ଉପରେ ହମଲା କରାଯାଇଛି ଏବଂ ତାଙ୍କ ବିରୋଧରେ ହିଂସାତ୍ମକ କଥା କୁହାଯାଇଛି |

ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ଯୁବତୀମାନେ ଇସ୍ଲାମ ଓ ମିଶରର ସଂସ୍କୃତି ବିରୋଧରେ ଯୁବତୀମାନଙ୍କୁ ଭଡକାଉଚନ୍ତି ଏବଂ ବେସ୍ୟାବୃତି ପାଇଁ ମତାଉଛନ୍ତି | କିଛି ଦିନ ପୂର୍ବରୁ ମିଶରରେ ସୋସିଆଲ ମିଡ଼ିଆକୁ ନେଇ ନୂଆ ଆଇନ ପ୍ରଣୟନ ହୋଇଥିଲା | ସେବେଠାରୁ ସାମ୍ବାଦିକ, ସୋସିଆଲ ମିଡ଼ିଆ ଷ୍ଟାର ଓ ସରକାରଙ୍କ ବିରୋଧରେ ଲେଖୁଥିବା ଲୋକଙ୍କୁ ଗିରଫ କରାଯାଉଛି | ଏହା ପୂର୍ବରୁ ମିଶରର ଜଣେ ବେଲି ଡ୍ୟାନ୍ସରଙ୍କୁ ମଧ୍ୟ ଇନ୍ସଟାଗ୍ରାମରେ ଉତ୍ତେଜକ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିଥିବା ଅଭିଯୋଗରେ ୩ ବର୍ଷ କାରାଦଣ୍ଡ ସଜା ଶୁଣାଇଛନ୍ତି |

   Related Posts