Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଧରାହେଲେ ୫ ଲୁଟେରା, ଆରଟିଓ କର୍ମଚାରୀ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଆଦାୟ କରୁଥିଲେ ଚାନ୍ଦା

14/09/2019 at 11:33 AM

ଜଳେଶ୍ବର ୧୪।୯: ଆରଟିଓ ଅଫିସର କର୍ମଚାରୀ ପରିଚୟ ଦେଇ ତୀର୍ଥଯାତ୍ରୀ ବସରୁ ଚାନ୍ଦା ଆଦାୟ ଉଦ୍ୟମ କରୁଥିବା ବେଳେ ୫ ଲୁଟେରାଙ୍କୁ କାବୁ କଲା ଜଳେଶ୍ବର ପୋଲିସ ।

ସୂଚନାଯୋଗ୍ୟ ଯେ, ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ନିକଟରେ କିଛି ଦୁର୍ବୃତ୍ତ ଝାଡଖଣ୍ଡରୁ ତୀର୍ଥଯାତ୍ରୀ ନେଇ ପୁରୀ ଆସୁଥିବା ବସଟିକୁ ଅଟକାଇଥିଲେ । ସେମାନେ ନିଜକୁ ଆରଟିଓ ଅଫିସର କର୍ମଚାରୀ କହି ବସରୁ ଚାନ୍ଦା ଆଦାୟ ଉଦ୍ୟମ କରିଥିଲେ । ତେବେ ଏମାନଙ୍କୁ ନକଲି ଆରଟିଓ ବୋଲି ସନ୍ଦେହ କରିଥିଲେ ବସ୍ ଯାତ୍ରୀ । ଏହାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ଚାନ୍ଦା ଆଦାୟକୁ ଯାତ୍ରୀମାନେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଅଟକ ରଖିଛି ।

   Related Posts