Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ

2/03/2021 at 4:02 PM

ନୂଆପଡା ୨।୩: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା ।  ସଶସ୍ତ୍ର ଡକାୟତି ଘଟଣାରେ ୫ ଗିରଫ  । ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ ।  ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା ।

ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଦଳ ଗଠନ କରି ୫ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟକିଛି ଲୁଟେରା ଏବେବି ଫେରାର ଥିବା ଜଣାପଡିଛି । ତାଙ୍କଠାରୁ ଲୁଟ୍ ହୋଇଥିବା ୩ଟି ମୋବାଇଲ,୧୨.୫ ଗ୍ରାମ ସୁନା ଅଳଙ୍କାର, ୧ ଲକ୍ଷ ୨ ହଜାର ୫ ଶହ ଟଙ୍କା ଓ ଲୁଟେରାମାନେ ବ୍ୟବହାର କରିଥିବା ଛୁରୀ, ଲୁହା ରଡ୍, ଗୋଟିଏ ମାରୁତି ସୁଜୁକି ଏସଏକ୍ସ ଫୋର କାର , ୨ଟି ମୋଟର ସାଇକେଲ ଓ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।  ୫ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ନୂଆପଡା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

   Related Posts