ଡକାୟତି ଯୋଜନା ପଣ୍ଡ, ୫ ଡକାୟତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 10, 2020 IST

ଯାଜପୁର ୧୦।୧୧: ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତମାନେ ପୋଲିସ ହାତରେ ଧରାପଡିଛନ୍ତି ।

{"id":359158,"sizeSlug":"large"}

ଯାଜପୁର ରୋଡ୍ ପୋଲିସ ୫ ଜଣ ସଶସ୍ତ୍ର ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ ନକ୍ସା, ୨ଟି ଜୀବନ୍ତ ବୋମା, ଏକ ପିସ୍ତଲ ଓ ୩ଟି ଅଫୁଟା ଗୁଳି ସହିତ ଏକାଧିକ ମାରଣାସ୍ତ୍ର ଜବତ କରିଛି । ଏଥିସହ ସେମାନଙ୍କଠାରୁ ୩ ହଜାର ୫ ଶହ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ସହିତ ୫ଟି ହାତଘଣ୍ଟା ଓ ୯ଟି ମୋବାଇଲ ଫୋନ୍, ୨ଟି ଗ୍ଲାମର୍ ବାଇକ୍ ଜବତ କରିଛି ପୋଲିସ ।

{"id":359159,"sizeSlug":"large"}

ଗିରଫ ଡକାୟତମାନେ ହେଲେ ବ୍ୟାସନଗର ମୁଣ୍ଡମାଳ ଅଞ୍ଚଳର ଅଜୁ ଓରଫ ଅଜୟ ମଲ୍ଲିକ, ବାବା ଓରଫ ସନ୍ତୋଷ ପୃଷ୍ଟି, ଟୁନା ଓରଫ ଅନିରୁଦ୍ଧ ମହାରଣା, ପ୍ରଶାନ୍ତ ନାୟକ ଓ ଦେବପ୍ରସାଦ ହୋତା ବୋଲି ଜଣାପଡିଛି ।  ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.