ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍ : ୫ ମୃତ, ଜଣେ ଗୁରୁତର
4/01/2020 at 10:07 AM

ଗଜପତି ୪।୧: ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପଲାସା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯେୀଗ୍ୟ ଯେ, ଆନ୍ଧ୍ରପ୍ରଦେଶ କୋତାପଲ୍ଲି ଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଛି କାର୍ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପଲାସା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତାହତଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତାହତ ସମସ୍ତେ ବ୍ରହ୍ମପୁରର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି । ସୀମାଞ୍ଚଳମ୍ ଯାଇ ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । କାର୍ରେ ମୋଟ୍ ୬ ଜଣ ଥିବା ସୂଚନା ମିଳିଛି ।