ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | September 02, 2018 IST

ରାୟଗଡା ୨|୯: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଦୁର୍ଗି ଗାଁରେ ଅଘଟଣ ଘଟିଯାଇଛି । ନବନିର୍ମିତ ପାଇଖାନା ଟାଙ୍କିରେ ପଡି ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛି । ସୂଚନା ଅନୁଯାୟୀ ଟାଙ୍କିରୁ ପାଣି କାଢିବାକୁ ଯାଇ ପ୍ରଥମେ ଜଣେ ପିଲା ପାଇଖାନା ଟାଙ୍କି ଭିତରକୁ ଖସି ପଡିଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୫ ଜଣ ଟାଙ୍କି ଭିତରକୁ ଯାଇଥିଲେ । ତେବେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଶ୍ରୀଷ୍ଟିଆନ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.