ମୋ ସରକାର ଅଧୀନକୁ ଆସିଲା ଆଉ ୫ଟି ବିଭାଗ

Published By : Prameya-News7 Bureau | March 02, 2020 IST

ଭୁବନେଶ୍ବର୨/୩: ମୋ ସରକାର ଅଧୀନକୁ ଆସିଲା ଆଉ ୫ଟି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ମୋ ସରକାରରେ ସାମିଲ ହୋଇଛି ସମବାୟ, ବୟନ , ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଜଳ ସମ୍ପଦ ବିଭାଗ । ମାର୍ଚ୍ଚ ସୁଦ୍ଧା ସମସ୍ତ ବିଭାଗ ମୋ ସରକାର ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.